ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀତ୍ବ ଓ ଦଳର ଆଭିମୁଖ୍ୟକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି କଂଗ୍ରେସ ବିଧାୟକ ସୋଫିଆ

102

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀତ୍ବ ଓ ଦଳର ଆଭିମୁଖ୍ୟକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି କଂଗ୍ରେସ ବିଧାୟକ ସୋଫିଆ ଫିରଦୌସ୍ । ସେ କହିଛନ୍ତି, କଂଗ୍ରେସର ଅବସ୍ଥା ପାଇଁ ବିଜେଡି ଦାୟୀ , ଏଥିସହ ଏ ନେଇ ଆମ ସହ କୌଣସି ଆଲୋଚନା କରିନାହାନ୍ତି ଆଗରୁ ମଧ୍ୟ ନୂଆପଡା ଇଲେକ୍ସନ ସମୟରେ ମଧ୍ୟ ସଭାପତି କୌଣସି ଆଲୋଚନା ଆମ ସହ କରିନଥିଲେ । ଏବେ ଯେଉଁ ବିଜୁ ଜନତା ଦଳ ପାଇଁ କଂଗ୍ରେସର ପତନ ଘଟିଛି ସେହି ଦଳ ବର୍ତ୍ତମାନ ବିଜେପି ସହ ମିଶିଛନ୍ତି । ଏବେ ବି ସରକାରଙ୍କୁ ବିନା ପ୍ରଶ୍ନରେ ସମର୍ଥନ ଦିଏ ବିଜେଡି । କଂଗ୍ରେସ କୁ ଶେଷ କରିବା ପାଇଁ ବିଜୁ ଜନତା ଦଳ ଷଡଯନ୍ତ୍ର ରଚିଥାଏ ।ସେପଟେ ଗତକାଲି ନବୀନ ନିବାସରେ ବିଜେଡି ବିଧାୟକଙ୍କୁ ପ୍ରଶିକ୍ଷଣ ଦେଇଥିଲେ ସୁପ୍ରିମୋ ନବୀନ ପଟ୍ଟନାୟକ। ଗତକାଲି ମଧ୍ୟ ରାଜ୍ୟସଭା ଭୋଟିଂ ନେଇ ବିଧାୟକଙ୍କୁ ଦିଆଯାଇଥିଲା ଟ୍ରେନିଂ। ନବୀନଙ୍କୁ ମିଶାଇ ମୋଟ ୪୪ ବିଧାୟକ ସାମିଲ ହୋଇଥିଲେ। ହେଲେ ବିଧାୟକ ନବ ମଲ୍ଲିକ, ସୌଭିକ ବିଶ୍ଵାଳ, ମନୋହର ରନ୍ଧାରୀ, ଚକ୍ରମଣି କଅଁର ପ୍ରମୁଖ ନବୀନଙ୍କ ଏହି ପ୍ରଶିକ୍ଷଣରେ ଯୋଗ ଦେଇନଥିଲେ। ବିଧାୟକ ସାରଦା ନାୟକ ଓ ସୁଦର୍ଶନ ହରିପାଲ ଟ୍ରେନିଂ ସରିବା ପରେ ପହଞ୍ଚିଥିଲେ । ତେବେ ପ୍ରଶ୍ନ ଉଠୁଛି, କାହିଁକି ଟ୍ରେନିଂ ସେସନ୍‌ରେ ବିଜେଡିର କିଛି ବିଧାୟକ ଯୋଗ ଦେଲେ ନାହିଁ? ଦଳ ହ୍ବିପ୍ ଜାରି କରିବା ସତ୍ତ୍ବେ କାହିଁକି ଅନୁପସ୍ଥିତ ରହିଲେ? କାହିଁକି ନବୀନ ନିବାସ ଗଲେନି ୬ ବିଧାୟକ? ସେପଟେ କଂଗ୍ରେସ ବିଧାୟକଙ୍କ ମଧ୍ୟ ସଠିକ ସୂଚନା ମିଳୁନି। ବିଧାୟକ ଦାଶରଥି ଗମାଙ୍ଗ ଫୋନ ଉଠାଉ ନଥିବା କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ଦାଶରଥୀ ଗମାଙ୍ଗ। ମାତ୍ର ସେ ପିସିସି ସଭାପତି ଓ ଏଆଇସିସି ନେତାଙ୍କ ଯୋଗାଯୋଗରେ ଥିବା ସେ କହିଛନ୍ତି।

Comments are closed, but trackbacks and pingbacks are open.