କଂଗ୍ରେସର ଟାର୍ଗେଟରେ ରହିଛି ବିଜେଡି ଏବଂ ବିଜେପି

53

ଭୁବନେଶ୍ୱର; କଂଗ୍ରେସର ଟାର୍ଗେଟରେ ରହିଛି ବିଜେଡି ଏବଂ ବିଜେପି । କିଛି ଦିନ ହେବ କେନ୍ଦ୍ରସରକାରଙ୍କୁ ଟାର୍ଗେଟ କରୁଥିବା ଓଡିଶା କଂଗ୍ରେସ ପୁଣି ବର୍ତ୍ତମାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାକୁ ବାହାରିଛି । ୯ ଦଫା ଦାବିନେଇ ରାଜ୍ୟର ପ୍ରତ୍ୟେକ ବ୍ଲକ ଘେରାଉ କରିବ କଂଗ୍ରେସ । ବ୍ଲକ ଘେରାଉ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ସୂଚନା ଅନୁଯାୟୀ, ଆସନ୍ତା ୧୮ ତାରିଖରେ ୩୧୪ ବ୍ଲକ ଘେରାଉ କରିବ ରାଜ୍ୟ କଂଗ୍ରେସ । ରାଜ୍ୟରେ ୨୪ ବର୍ଷ ହେଲା ବିଜେଡି ସରକାର ଓଡିଶା ଲୋକଙ୍କ ପାଇଁ କିଛି ଆଖି ଦୃଷ୍ଟିଆ କାମ କରି ନାହାଁନ୍ତି । ସରକାର ଯୋଜନା ପରେ ଯୋଜନା ପରେ ଘୋଷଣା କରୁଛନ୍ତି । ହେଲେ ନିର୍ବାଚନ ସରିବା ପରେ ସେ ସବୁକୁ ଭୁଲି ଯାଇଛନ୍ତି । ବିଜେଡି ସରକାରଙ୍କ ଏସବୁ ନୀତି ଓ କାର୍ଯ୍ୟକୁ ନେଇ କଂଗ୍ରେସ ଲୋକଙ୍କୁ ସଚେତନ କରିବ ବୋଲି କହିଛି । ପିସି କାରବାର ବନ୍ଦ, ବିଦ୍ୟୁତ ଦର ପ୍ରତ୍ୟାହାର ଭଳି ୯ ଦପା ଦାବି ନେଇ କଗ୍ରେସ ୩୧୪ ବ୍ଲକ ଘେରିବ ବୋଲି କହିଛି ।

ପାୱାର କଟ୍ ବନ୍ଦ ହେଉ , ବିଦ୍ୟୁତ ଦର ବୃଦ୍ଧି ପ୍ରତ୍ୟାହାର ହେଉ । ରାଜ୍ୟର ବେକାର ଯୁବକଙ୍କୁ ଚାକିରୀ ଦିଆଯାଉ । ଧାନ କିଣାରେ କଟନି ଛଟନି ବନ୍ଦ କରାଯାଉ । ଚାଷୀଙ୍କୁ ଉପଯୁକ୍ତ ଦର ମିଳୁ । ପ୍ରଧାନମନ୍ତ୍ରୀ ଆବାସରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆ ଯାଉ । ଦର ଦାମ ବୃଦ୍ଧିକୁ ତୁରନ୍ତ କମ କରନ୍ତୁ । ୧୫ ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବ୍ଲକ ସ୍ତରରେ ଚାଲିଥିବା ପିସି କାରବାର ବନ୍ଦ ହେଉ । ଏଭଳି ବିଭିନ୍ନ ଦାବି ରଖିଛି ଓଡିଶା ପ୍ରଦେଶ କମିଟି ।

ସେହିପରି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି, ଜଳ ସେଚନ ଓ ଜଳ ବିଦ୍ୟୁତ କ୍ଷେତ୍ରରେ ଯାହା ହୋଇଛି କଂଗ୍ରେସ ସରକାର ସମୟରେ ହୋଇଛି । ବିଜେଡି ସରକାରରେ ମହାନଦୀରେ ଗୋଟିଏ ବ୍ୟାରେଜ ବି ହୋଇ ନାହିଁ । ରାଜ୍ୟରେ ଶିଳ୍ପର ବିକାଶ ହୋଇନାହିଁ କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କହିଛନ୍ତି ।

Comments are closed, but trackbacks and pingbacks are open.