ମୋଦୀଙ୍କ କବର ଖୋଳୁଛି କଂଗ୍ରେସ !

24

କଂଗ୍ରେସ ଉପରେ ବର୍ଷିଲେ ମୋଦୀ । କବର ଖୋଳୁଥିବା କହି ତାତ୍ସଲ୍ୟ କଲେ ନମୋ () ମୋଦିଙ୍କ ବାଣରେ ଘାଇଲା କଂଗ୍ରେସ । କଂଗ୍ରେସକୁ ପୁଣି କଟାକ୍ଷ କରିବାକୁ ପଛାଇ ନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅବସର ମିଳିଲେ ଆଉ ସଭା ରେଡି ଥିଲେ, ବାସ୍‌, କଂଗ୍ରେସ ଇତିହାସ ବଖାଣିଦିଅନ୍ତି ନମୋ । ବିଦେଶରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ କଡ଼ା ଟାର୍ଗେଟ କରିବା ପରେ ଏହାର କଡ଼ା ଜବାବ ଦେଇଛନ୍ତି ମୋଦୀ । ମୋଦୀ କର୍ଣ୍ଣାଟକ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସ ୱେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଏହା ସହ ଜନସଭାରେ କଂଗ୍ରେସ ଉପରେ ବର୍ଷିବାକୁ ଆଦୌ ଭୁଲିନାହାନ୍ତି ।

ଜନସଭାରେ ନମୋ କହିଛନ୍ତି, କଂଗ୍ରେସ ଓ ସେମାନଙ୍କର ସାଥୀ ମୋଦୀଙ୍କ କବର ଖୋଳିବାରେ ବ୍ୟସ୍ତ ଅଛନ୍ତି କିନ୍ତୁ ମୋଦୀ ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସ ୱେ ନିର୍ମାଣ କରିବାରେ ବ୍ୟସ୍ତ ଅଛନ୍ତି । କଂଗ୍ରେସ ମୋଦୀଙ୍କ କବର ଖୋଳିବାରେ ବ୍ୟସ୍ତ କିନ୍ତୁ ମୋଦୀଙ୍କ ଗରିବଙ୍କ ଜୀବନକୁ ସହଜ କରିବାରେ ବ୍ୟସ୍ତ ଅଛନ୍ତି । ନମୋ ଆହୁରି କହିଛନ୍ତି, ମୋଦୀଙ୍କ କବର ଖୋଳିବାର ସ୍ୱପ୍ନ ଦେଖୁଥିବା କଂଗ୍ରେସକୁ ଏହା ଜଣା ନାହିଁ ଯେ, ଦେଶର କୋଟି କୋଟି ମା ଓ ଭଉଣୀଙ୍କ ଆଶୀର୍ବାଦ ମୋଦୀଙ୍କର ସବୁଠୁ ବଡ ସୁରକ୍ଷା କବଚ ବୋଲି ।

ତେବେ ନିକଟରେ ବ୍ରିଟେନ ଗସ୍ତ ବେଳେ ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ଭାରତରେ ଗଣତନ୍ତ୍ର ବିପଦରେ ବୋଲି କହିଥିଲେ । ଯାହାକୁ ନେଇ ମୁହାଁମୁହିଁ ହେଉଛନ୍ତି କଂଗ୍ରେସ ଓ ବିଜେପି ।

Comments are closed, but trackbacks and pingbacks are open.