କଂଗ୍ରେସ ତରଫରୁ ଭୁବନେଶ୍ବରରେ ମଶାଲ ଶୋଭାଯାତ୍ରା

210

ଭୁବନେଶ୍ବର: ନ୍ୟାସନାଲ ହେରାଲଡ଼ ମାମଲାରେ ମିଥ୍ୟା ଟଙ୍କା କାରବାର ଭାରତୀୟ ଜାତୀୟ କଂଗ୍ରେସର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧି ଓ ସର୍ବମାନ୍ୟ ନେତା ରାହୁଲ ଗାନ୍ଧୀଙ୍କୁ ଫସାଇ ସରକାର ଇଡି ବିଭାଗକୁ ହାତବାରିସୀ କରି ଯେଭଳି ହଇରାଣ କଲା ତାହା ଭାରତ ରାଜନୀତିରେ ଏକ ବିରଳ ଘଟଣା । ବିଜେପି ସରକାରଙ୍କ ପ୍ରତିହିଂସା ପରାୟଣ ରାଜନୀତି ବିରୁଦ୍ଧରେ ରାଜ୍ୟ ସାରା ପ୍ରତି ଜିଲ୍ଲାରେ ମଶାଲ ପ୍ରତିବାଦ ଯାତ୍ରା ଅନୁଷ୍ଠିତ ହେଊଛି । ଏହି ପରିପେକ୍ଷୀରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଜେନାଙ୍କ ନେତୃତ୍ୱ ଓ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ କଂଗ୍ରେସ ଭବନଠାରୁ ଏକ ମଶାଲ ପ୍ରତିବାଦ ଯାତ୍ରା ବାହାରି ବିଜେପି ଅଫିସ ସମ୍ମୁଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ଏହି ମଶାଲ ଯାତ୍ରାରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ସୁରେଶ ରାଉତରାୟ, ଶିବାନନ୍ଦ ରାୟ, ନବଜ୍ୟୋତି ପଟ୍ଟନାୟକ, ମନୋରଞ୍ଜନ ଦାଶ, ବିଶ୍ୱଜିତ ଦାଶ, ଶୁଭେନ୍ଦୁ ମହାନ୍ତି, ରଞ୍ଜିତ ପାତ୍ର, ମାନସ ଆଚାର୍ଯ୍ୟ, ଜାନକୀ ବଲ୍ଲଭ ପଟ୍ଟନାୟକ, ଆଲୋକ ମହାନ୍ତି, ପ୍ରକାଶ ମିଶ୍ର, ଅମୀୟ ପଟ୍ଟନାୟକ, ଅଶୋକ ଦାସ, ମନୋରଞ୍ଜନ ଜେନା, ସୂର୍ଯ୍ୟକାନ୍ତ ଜେନା, ଜୟକୃଷ୍ଣ ମଲ୍ଲିଆ, ଜୟକୃଷ୍ଣ ସୁବୁଦ୍ଧି, ବ୍ରହ୍ମାନନ୍ଦ ସାହୁ, ରାଜକିଶୋର ବାରିକ, ତରୁଣ ମିଶ୍ର, ପ୍ରଭାତ ପ୍ରତାପ ସିଂ, ସତ୍ୟବ୍ରତ ନାୟକ, କୈଳାସ ସାହୁ, ଲୁଲୁ ଅହମ୍ମଦ, ଖଗେଶ୍ୱର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.