‘ବାୟୁ-ଗୁରୁତ୍ବପୂର୍ଣ୍ଣ ଜୀବନ ଶକ୍ତି’ ସମ୍ମିଳନୀ ଉଦଯାପିତ

21

ଭୁବନେଶ୍ବର, ୪/୧୨: କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ତଥା କେନ୍ଦ୍ର ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଆୟୋଜିତ ‘ବାୟୁ-ଗୁରୁତ୍ବପୂର୍ଣ୍ଣ ଜୀବନ ଶକ୍ତି’ ଶୀର୍ଷକ ଜାତୀୟ ସମ୍ମିଳନୀ ରବିବାର ଉଦଯାପିତ ହୋଇଛି।

ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର କ୍ୟାମ୍ପସ୍-୨ ଅଡିଟୋରିୟମରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଇ ସାଂପ୍ରତିକ ସମୟରେ ବାୟୁ ପ୍ରଦୂଷଣ ମାନବ ସଭ୍ୟତା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି କହିଥିଲେ । ଏହି ସମସ୍ୟାର ସମଧାନ କରି ପ୍ରକୃତିର ସୁରକ୍ଷା କରିବା ନିମନ୍ତେ ଯୁବ ପିଢ଼ିଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଓ ସେମାନେ ପ୍ରକୃତି ସହ ଅଧିକ ରୂପେ ଜଡ଼ିତ ହେବା ଆବଶ୍ୟକ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମ ସମ୍ପର୍କରେ ଶ୍ରୀମତି ଷଡ଼ଙ୍ଗୀ କହିଥିଲେ ଯେ ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ବୈଜ୍ଞାନିକଙ୍କ ମତାମତଠୁ ନେଇ ଏହି ବିଷୟରେ ପ୍ରାଚୀନ ଶାସ୍ତ୍ର ର ମନ୍ତବ୍ୟ ବିଷୟରେ ଆଲୋଚନା ହୋଇଛି। ଏହା ଦ୍ଵାରା ପରିବେଶ ସୁରକ୍ଷା ପରି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ସଚେତନତା ସୃଷ୍ଟି ହୋଇପାରିଛି। ସମ୍ମିଳନୀରୁ ଉତ୍ପନ୍ନ ପରାମର୍ଶଗୁଡିକ ଠିକ ଭାବରେ ବିଚାର କରାଯାଇ ଆଗାମୀ ଦିନରେ କାର୍ଯ୍ୟକାରୀ କରାଯାଇପାରିବ। ଗତ ଡିସେମ୍ବର ୧ ରୁ ଭାରତ ଜି-୨୦ ର ସଭାପତି ଦାୟିତ୍ଵ ତୁଲାଊଥିବା ପ୍ରକାଶ କରି ଏହି ଗୋଷ୍ଠୀ ଜଳବାୟୁ ପରିବର୍ତ୍ତନ ବିଷୟକୁ ଅନେକ ଗୁରୁତ୍ବ ଦେଉଛି ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ବାୟୁ ଏବଂ ପରିବେଶର ବିଭିନ୍ନ ଦିଗ ଉପରେ ସରକାରୀ ସଂଗଠନଗୁଡ଼ିକ ଦ୍ବାରା ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ବାୟୁ ଗୁଣବତ୍ତା ବିଶେଷଜ୍ଞ, ଛାତ୍ରଛ।ତ୍ରୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ, ସହରର ମ୍ୟୁନିସିପାଲିଟି କମିଶନର, ବୈଜ୍ଞାନିକ, ଇଞ୍ଜିନିୟର ପ୍ରମୁଖ ଯୋଗ ଦେଇଥିଲେ।

Comments are closed, but trackbacks and pingbacks are open.