ପହଲଗାମରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ପାଇଁ ଜମ୍ମୁ କାଶ୍ମୀର ବିଧାନସଭାରେ ଶୋକ ପ୍ରସ୍ତାବ

143

ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ୨୬ ଜଣଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛି ଜମ୍ମୁ କାଶ୍ମୀର ବିଧାନସଭା। ଆଜି ବିଧାନସଭାରେ ଏକ ଦିନିକିଆ ସ୍ବତନ୍ତ୍ର ଅଧିବେସନ ଡକାଯାଇ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏ ନେଇ ପୂର୍ବରୁ ଉପରାଜ୍ୟପାଳ ମନୋଜ ସିହ୍ନା ଏକ ସ୍ବତନ୍ତ୍ର ଅଧିବେସନ ଡାକିବାକୁ ବିଜ୍ଞପ୍ତି ଜାରୀ କରିଥିଲେ। ଆଜି ଏହି ସ୍ବତନ୍ତ୍ର ଅଧିବେସନ ଡକାଯାଇଥିଲା। ଏଥିରେ ବାଚସ୍ପତି ଅବଦୁଲ ରହିମ ରାଥର ନିଜର ଅଭିଭାଷଣ ରଖି ନିର୍ଦ୍ଦୋଷ ପର୍ଯ୍ୟଟକଙ୍କ ହତ୍ୟାକୁ ନିନ୍ଦା କରିଥିଲେ। ଆମେ ପୀଡିତମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛୁ ଏବଂ ସେମାନଙ୍କ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ଆମର ସମବେଦନା ଜଣାଉଛୁ ବୋଲି ସେ କହିଥିଲେ। ଏହା ପରେ ଗୃହରେ ଏକ ଶୋକ ପ୍ରସ୍ତାବ ପାରିତ ହୋଇଥିଲା।

Comments are closed, but trackbacks and pingbacks are open.