ଭୁବନେଶ୍ୱର: ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ଅଭିଯୁକ୍ତ ମନୋଜ ପାଢ଼ୀଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। କଟକ କୋର୍ଟ ତାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ଏସ୍ସିଇଆର୍ଟି (SCERT)ର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ କ୍ରାଇମ୍ବ୍ରାଞ୍ଚ ଦୀର୍ଘ ସମୟ ଜେରା କରିବା ପରେ ଗିରଫ କରିଥିଲା। ପୁସ୍ତକଗୁଡ଼ିକର ତଥ୍ୟଗତ, ବୈଜ୍ଞାନିକ, ଭୌଗୋଳିକ ଓ ଚିତ୍ର ସମ୍ପର୍କିତ ତ୍ରୁଟିଗୁଡ଼ିକୁ ସଠିକ୍ ଭାବେ ଯାଞ୍ଚ ନ କରି ଜାଣିଶୁଣି ପ୍ରିଣ୍ଟିଂ ପାଇଁ ଅନୁମୋଦନ ଦେଇଥିବା ତାଙ୍କ ନାମରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୂର୍ବରୁ ସରକାର ମନୋଜଙ୍କ ସମେତ ୩ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବିତ କରିବା ସହ ଅନ୍ୟ ୬ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।
Comments are closed, but trackbacks and pingbacks are open.