ବିପଦରେ ପୁଟିନ୍:ଅବସ୍ଥା ସଙ୍କଟାପର୍ଣ୍ଣ: ସ୍ପଷ୍ଟ ଦେଖାଯାଉନି, ଜିଭ ଶୁଖିଯାଉଛି ..

41

ବିପଦରେ ପୁଟିନ୍! ଅବସ୍ଥା ସଙ୍କଟାପର୍ଣ୍ଣ। ସ୍ପଷ୍ଟ ଦେଖାଯାଉନି, ଜିଭ ଶୁଖିଯାଉଛି। ରୁଷ ରାଷ୍ଟ୍ରପତି ବ୍ଲାଡମିର ପୁଟିନଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତ୍ୱର ହୋଇଯାଇଛି। ପୁଟିନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ତାଙ୍କ ନିକଟତମ ଲୋକ ଏବଂ ଡାକ୍ତର ଚିନ୍ତିତ ହୋଇପଡ଼ିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ବର୍ଷ ରୁଷିଆ- ୟୁକ୍ରେନ ଯୁଦ୍ଧ ଆରମ୍ଭରୁ ପୁଟିନଙ୍କ ସ୍ୱାସ୍ଥ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ବିଗିଡ଼ି ଯାଇଛି। ପୁଟିନଙ୍କ ମୁଣ୍ଡବ୍ୟଥା ଜାରି ରହିଛି। ଏହା ସହ ଆଖିକୁ ସ୍ପଷ୍ଟ ଦେଖାଯାଉନି, ଜିଭ ଶୁଖିଯାଉଛି, ଅସ୍ଥିର ରହୁଛି। ରିପୋର୍ଟରେ ଆହୁରି କୁହାଯାଇଛି ଯେ ପୁଟିନଙ୍କ ଡାହାଣ ହାତ ଏବଂ ଗୋଡ଼ରେ ଅସ୍ଥିରତା ରହିଛି। ଏସବୁକୁ ନେଇ ପୁଟିନଙ୍କ ଯତ୍ନ ନେଉଥିବା ଡାକ୍ତରମାନେ ପୁଟିନଙ୍କ ଅବସ୍ଥାକୁ ନେଇ ଚିନ୍ତିତ ଅଛନ୍ତି।

Comments are closed, but trackbacks and pingbacks are open.