ଘାରିଲା ଓମିକ୍ରନ ଚିନ୍ତା : ଜାନୁଆରୀରୁ ରାଜ୍ୟରେ ବଢ଼ିପାରେ ସଂକ୍ରମଣ,ଆଣିପାରେ ତୃତୀୟ ଲହର

35

ଓମିକ୍ରନର ଭୟ ଭିତରେ ରାଜ୍ୟ ପାଇଁ ଆସିଛି ଏକ ଚିନ୍ତାଜନକ ଆକଳନ । ରାଜ୍ୟରୁ ଦୈନିକ ୩୦ରୁ ୫୦ ହଜାର ଆକ୍ରାନ୍ତ ଚିହ୍ନଟ ହୋଇପାରନ୍ତି ବୋଲି ବିଭିନ୍ନ ମଡେଲ ଦେଖି ଆକଳନ କରିଛନ୍ତି ବିଶେଷଜ୍ଞ । ଆଉ ଏହାରି ଭିତରେ କଟକ ଓ ଜଗତସିଂହପୁରରୁ ଦୁଇ ଜଣ ବିଦେଶ ଫେରନ୍ତା ବ୍ୟକ୍ତି ପଜିଟିଭ ଚିହ୍ନଟ ହେବା ପରେ ଚିନ୍ତା ବଢିଛି । ଏମାନଙ୍କ ସଂସ୍ପର୍ଶରେ ଆସିଥିବା କିଛି ବ୍ୟକ୍ତି ପଜିଟିଭ ମଧ୍ୟ ଚିହ୍ନଟ ହୋଇଛନ୍ତି, ଆଉ ସମସ୍ତଙ୍କର ନମୁନା ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ତେବେ ଯଦି ଜାନୁଆରୀରୁ ରାଜ୍ୟରେ ସଂକ୍ରମଣ ବଢିବ ଏହା ତୃତୀୟ ଲହର ର ଆଶଙ୍କାକୁ ବଢାଇପାରେ ବୋଲି ଡାକ୍ତର ନିରୋଜ ମିଶ୍ର କହିଛନ୍ତି I
ସେହିପରି କରୋନାର ନୂତନ ପ୍ରକାର , ଓମିକ୍ରନ୍ ଭାରିଆଣ୍ଟର ବିପଦ କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ଦେଖି NITI ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡା: ଭି.କେ ପାଲ ଚେତାବନୀ ଦେଇଛନ୍ତି ଯେ ଯଦି ବ୍ରିଟେନ ପରି ଭାରତରେ ଓମିକ୍ରନ୍ର ସଂକ୍ରମଣ ବୃଦ୍ଧି ହୁଏ, ତେବେ ପ୍ରତିଦିନ 1.4 ନିୟୁତ ସଂକ୍ରମଣ ହେବ। ମାମଲା ଆସିପାରେ। ଯଦି ବର୍ତ୍ତମାନ ସୁଦ୍ଧା ଲୋକମାନେ ଏହାକୁ ଗମ୍ଭୀରତାର ସହ ଗ୍ରହଣ ନ କରନ୍ତି ଏବଂ ମାସ୍କ ତଥା କୋଭିଡ ଗାଇଡ଼ ଲାଇନ କୁ ଠିକ ଭାବରେ ପାଳନ ନ କରନ୍ତି , ତେବେ ପରିସ୍ଥିତି ଆହୁରି ଖରାପ ହୋଇପାରେ Iଯଦି ଦେଶରେ ଦୈନିକ ସଂକ୍ରମଣ ୧୪ ଲକ୍ଷ ମାମଲା ଆସିବ, ତେବେ ଓଡ଼ିଶାରେ ୪୦ରୁ ୫୦ ହଜାର ଆକ୍ରାନ୍ତ ହୋଇପାରନ୍ତି ବୋଲି କହିଛନ୍ତି ବିଶେଷଜ୍ଞ । ତେବେ ବାହାର ଦେଶରେ ସଂକ୍ରମଣ ବଢୁଥିବା ବେଳେ ଆମ ଦେଶରେ ମଧ୍ୟ ସଂକ୍ରମଣ ବଢିବ ବୋଲି ଆକଳନ କରିଛନ୍ତି ବିଶେଷଜ୍ଞ । ଏପରିକି ଜାନୁଆରୀ ତୃତୀୟ ସପ୍ତାହ ସୁଦ୍ଧା ସଂକ୍ରମଣ ପିକରେ ପହଞ୍ଚି ପାରେ ବୋଲି ଅନୁମାନ କରାଯାଉଛି । ବିଦେଶ ଅନୁପାତରେ ଭାରତରେ ଲୋକସଂଖ୍ୟା ଅଧିକ ଥିବାରୁ ସଂକ୍ରମଣ ମଧ୍ୟ ସେହି ଅନୁପାତରେ ବଢ଼ିବ ଏବଂ ଓଡ଼ିଶାରେ ପାଖାପାଖି ୩୦ରୁ ୫୦ ହଜାର ପର୍ଯ୍ୟନ୍ତ ଦୈନିକ କେସ ଲୋଡ଼ ରହିପାରେ ବୋଲି କହିଛନ୍ତି ଡାକ୍ତର ନିରୋଜ ମିଶ୍ର ।

Leave A Reply

Your email address will not be published.