ଓମିକ୍ରନ୍‌ ପାଇଁ ବଢ଼ିଲା ଚିନ୍ତା : ମୁକାବିଲା କରିବାକୁ BMC ର ଜୋରଦାର ପ୍ରସ୍ତୁତି

17

ଓମିକ୍ରନ୍‌ ଭୁତାଣୁ ବର୍ତ୍ତମାନ ଦେଶରେ ୧୭ ଟି ରାଜ୍ୟ କୁ ମାଡି ଗଲାଣି ଇ ୨୫୦ ଜଣ ହେଲେଣି ସଂକ୍ରମିତ I ଓଡିଶାର ମଧ୍ୟ ଗତ ୨୧ ଡିସେମ୍ବର ରେ ପ୍ରଥମେ ୨ ଜଣ ସଂକ୍ରମିତ କଟକ ରେ ଚିହ୍ନଟ ହୋଇଥିଲେ I ଆଜି ମଧ୍ୟ ଭୁବନେଶ୍ୱର ରେ ୨ ଭଉଣୀ ସଂକ୍ରମିତ ହୋଇଥିବା ଚିହ୍ନଟ ହେଇଛନ୍ତି I ସୂଚନରୁ ଜଣା ପଡିଛି ଯେ ନିକଟରେ ୭ ଜଣ ନାଇଜେରିଆ ଏବଂ କାତାର ରୁ ଫେରିଥିଲେ I ତେଣୁ ଭୁବନେଶ୍ବରରେ ସଂକ୍ରମଣ ର ମୁକାବିଲା ପାଇଁ ଭୁବନେଶ୍ବର ମହାନଗର ନିଗମ ପ୍ରସ୍ତୁତ ବୋଲି ବିଏମସି କମିଶନର କହିଛନ୍ତି । ବିଶ୍ବର ବିଭିନ୍ନ ସ୍ଥାନରେ ଓମିକ୍ରନ୍ ଆକ୍ରାନ୍ତମାନଙ୍କ ସଂଖ୍ୟା ବଢି ଚାଲିଥିବାରୁ ଏବଂ ବହୁ ବିଦେଶ ଫେରନ୍ତା ଆସୁଥିବାରୁ ବିଏମସି ପକ୍ଷରୁ ସମସ୍ତଙ୍କୁ କଣ୍ଟାକ୍ଟ କରାଯିବା ସହ ସେମାନଙ୍କ ଟ୍ରାକିଂ ପରେ ଟେଷ୍ଟିଂ କରାଯିବା ଉପରେ ଗୁରୁତ୍ବ ଦିଆଯାଉଛି ।
ଭୁବନେଶ୍ବରରେ ଗତ ୨ ଦିନ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିବାରୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଆକ୍ରାନ୍ତମାନଙ୍କ ଜେନେମ ସିକ୍ବେଏନ୍ସିଂ ଚାଲିଛି । ସମସ୍ତଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କସମୋପଲିସ୍ ଆପାର୍ଟମେଣ୍ଟରେ ବହୁତଗୁଡିଏ ଫ୍ଲାଟ୍ ଥିବାରୁ ଲୋକଙ୍କ ସୁରକ୍ଷା ପାଇଁ ୪ଟି ଫ୍ଲାଟ୍ କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଆଗକୁ ବଡ ଦିନ ଓ ନୂଆବର୍ଷ ଆସୁଥିବାରୁ ବିଏମସି ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି । ଏ ସମୟରେ ସଂକ୍ରମଣ ଯେପରି ନବଢିବ ତା ଉପରେ ଦୃଷ୍ଟି ରଖାଯାଇଛି ।

Leave A Reply

Your email address will not be published.