ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨: ମହିଳା ହକିରେ ଭାରତ ଜିତିଲା ବ୍ରୋଞ୍ଜ ପଦକ

31

ବର୍ମିଂହାମ୍‍ : ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତୀୟ ମହିଳା ହକି ଟିମ ବ୍ରୋଞ୍ଜ ପଦକ ଲାଭ କରିଛି । ବ୍ରୋଞ୍ଜ ପଦକ ମୁକାବିଲାରେ ପୂର୍ବତନ ଚାମ୍ପିୟନ ନ୍ୟୁଜିଲାଣ୍ଡକୁ ସୁଟଆଉଟରେ ୨-୧ରେ ପରାସ୍ତ କରିଛି ଭାରତୀୟ ଟିମ । ଫଳରେ ଭାରତ ୨-୧ରେ ବିଜୟୀ ହୋଇଛି । ଫୁଲ ଟାଇମରେ ୧-୧ରେ ମ୍ୟାଚ ଟାଏ ରହିଥିଲା । ପରେ ସୁଟଆଉଟ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତ ବାଜି ମାରିନେଇଥିଲା । ରାଜ୍ୟଗୋଷ୍ଠୀ କ୍ରୀଡା ଇତିହାସରେ ଏହା ମହିଳା ହକି ଟିମର ତୃତୀୟ ପଦକ । ଏହା ପୂର୍ବରୁ ଭାରତ ୨୦୦୨ରେ ସ୍ୱର୍ଣ୍ଣ ଜିତିଥିଲା । ଏହାପରେ ଭାରତୀୟ ଟିମ ରୌପ୍ୟ ପଦକ ଜିତିଥିଲା । ବର୍ତ୍ତମାନର ରାଜ୍ୟଗୋଷ୍ଠୀ କ୍ରୀଡାରେ ଏହା ଭାରତର ୪୧ତମ ପଦକ ।

Comments are closed, but trackbacks and pingbacks are open.