ଝାଡ଼ାବାନ୍ତି ଅଂଚଳରେ ସ୍କୁଲ୍ ବନ୍ଦ ନିଷ୍ପତ୍ତି ନେବେ ଜିଲ୍ଲାପାଳ

175

ଭୁବନେଶ୍ୱର: ଝାଡ଼ାବାନ୍ତି ଅଂଚଳରେ ସ୍କୁଲ୍ ବନ୍ଦ ନିଷ୍ପତ୍ତି ନେବେ ଜିଲ୍ଲାପାଳ। ଡାଇରିଆ ସ୍ଥିତି ଅଣାୟତ୍ତ ଥିଲେ ବନ୍ଦ ରହିବ ସ୍କୁଲ୍। ବର୍ତ୍ତମାନ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବ୍ୟାପୁଛି ଝାଡ଼ାବାନ୍ତି। ସ୍ଥିତି ଦେଖି ସ୍କୁଲ ବନ୍ଦ ନିଷ୍ପତ୍ତି ନେବେ ଜିଲ୍ଲାପାଳ। ଏନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଆସନ୍ତା ୨୦ ତାରିଖରେ ସ୍କୁଲ ଖୋଲିବା ନେଇ ନୋଟିସ ବାହାରିଛି। ହେଲେ ସମସ୍ତ ଜିଲ୍ଲାରେ ସ୍କୁଲ ଖୋଲିବ ନା ନାହିଁ ତାହା ସ୍ଥିତି ଦେଖି ଜିଲ୍ଲାପାଳଙ୍କୁ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର କିଛି ଜିଲ୍ଲାରେ ଡାଇରିଆ ସ୍ଥିତି ଅଣାୟତ୍ତ ହେଲାଣି। ଯାଜପୁରରୁ ଆରମ୍ଭ ହୋଇଥିବା ଏହି କଲେରା ଆଖପାଖ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି। ପାଣି ପାଇଁ ବ୍ୟାପିଛି ଡାଇରିଆ। ଗତକାଲି ଝାଡ଼ାବାନ୍ତି ବ୍ୟାପିଥିବା ଅଞ୍ଚଳରେ ଯାଞ୍ଚ ପରେ ଏହି ରିପୋର୍ଟ ଦେଇଛି କେନ୍ଦ୍ରୀୟ ଟିମ।
ଅନ୍ୟପଟେ ଆସନ୍ତା ୨୦ ତାରିଖରେ ଭୁବନେଶ୍ୱର, କଟକ ମହାନଗରରେ ବନ୍ଦ ରହିବ ସମସ୍ତ ସ୍କୁଲ୍‌। ଖୋର୍ଦ୍ଧା ଓ କଟକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି ଗଣ ଶିକ୍ଷା ବିଭାଗ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ ସ୍କୁଲ୍‌ ଛୁଟି ରଖିବାକୁ ନିର୍ଦ୍ଦେଶ । ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଇଁ ବିପୁଳ ଜନ ସମାଗମ ହେବ। ଟ୍ରାଫିକ୍‌ ସମସ୍ୟା ଆଶଙ୍କା କରି ସ୍କୁଲ୍‌ ଛୁଟି ପାଇଁ ନିଷ୍ପତ୍ତି ନେଇଛି ବିଭାଗ।

Comments are closed, but trackbacks and pingbacks are open.