ଭୁବନେଶ୍ୱର : ରାଜ୍ୟରେ ୨୩ ସହରର ପାରଦ ୧୦ ଡିଗ୍ରୀ ତଳେ ରହିଛି। ଜି. ଉଦୟଗିରି ରାଜ୍ୟରେ ସବୁଠୁ ଥଣ୍ଡା ସହର ହୋଇଥିବାବେଳେ ଏଠାରେ ତାପମାତ୍ରା ୩ ଡିଗ୍ରୀ ରହିଛି।ସେହିପରି ସେମିଳିଗୁଡ଼ାରେ ୪.୧ ଡିଗ୍ରୀ, ଫୁଲବାଣୀ ୫ ଡିଗ୍ରୀ, ରାଉରକେଲାରେ ୫.୧ ଡିଗ୍ରୀ, ଝାରସୁଗୁଡ଼ାରେ ୫.୪ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୭ ଡିଗ୍ରୀ, କିରୋଇରେ ୭.୪ ଡିଗ୍ରୀ, କେନ୍ଦୁଝରରେ ୭.୬ ଡିଗ୍ରୀ, ଚିପିଲିମାରେ ୭.୭ ଡିଗ୍ରୀ, ସୁନ୍ଦରଗଡ଼ ଓ ଭବାନୀପାଟଣାରେ ତାପମାତ୍ରା ୭.୮ ଡିଗ୍ରୀ ରହିଛି।ଅନୁଗୋଳରେ ତାପମାତ୍ରା ୮ ଡିଗ୍ରୀ ଥିବାବେଳେ କୋରାପୁଟ ଓ ବଲାଙ୍ଗୀରରେ ୮.୫ ଡିଗ୍ରୀ ରହିଛି। ବାରିପଦା ଓ ଢେଙ୍କାନାଳ ୮.୬ ଡିଗ୍ରୀ, ରାଣୀତାଲରେ ୮.୮ ଡିଗ୍ରୀ, ନବରଙ୍ଗପୁର ୯.୫ ଡିଗ୍ରୀ ରହିଛି। ସେହିପରି କଟକ ଓ ସୋନପୁରରେ ୯.୬ ଡିଗ୍ରୀ ତାପମାତ୍ରା ଥିବାବେଳେ ବାଲେଶ୍ବରରେ ୯.୮, ସମ୍ବଲପୁରରେ ୯.୯ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରିହଛି।
Comments are closed, but trackbacks and pingbacks are open.