କକଲିୟର୍ ପ୍ରତ୍ୟାରୋପଣ ସର୍ଜରୀ- ଲକ୍ଷ ଲକ୍ଷ ବଧିର ଶିଶୁଙ୍କ ପାଇଁ ଆଶାର କିରଣ

38

ଜନ୍ମରୁ ବଧିର ଥିବା ଲକ୍ଷ ଲକ୍ଷ ଶିଶୁଙ୍କ ପାଇଁ କକଲିୟର୍ ପ୍ରତ୍ୟାରୋପଣ ସର୍ଜରୀ ଏକ ଆଶାର କିରଣ ପାଲଟିଥିବା ବେଳେ ଏହା ବର୍ତ୍ତମାନ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଉପଲବ୍ଧ । ନିକଟରେ ବରଗଡ ଅଂଚଳର ଜଣେ ୪ ବର୍ଷର ବାଳକର ଶରୀରରେ ଏହି ଜଟିଳ ଓ ସୂକ୍ଷ୍ମ ଇଏନ୍‌ଟି ସର୍ଜରୀ ସମ୍ମମ୍‌ରେ କରାଯାଇଛି । ଏହି ବାଳକଟି ଜନ୍ମରୁ ଶୁଣିପାରୁ ନଥିବା ବେଳେ କଥା କହିବା ମଧ୍ୟ ଶିଖି ନଥିଲା ।

ଶିଶୁଟିର ଏଭଳି ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ତା’ର ବାପା-ମା ବ୍ୟତିବ୍ୟସ୍ତ ହୋଇ ଚିକିତ୍ସା ନିମନ୍ତେ ଅନେକ ସ୍ଥାନକୁ ଯାଇଥିଲେ ମଧ୍ୟ କୋଭିଡ ମହାମାରୀ ଯୋଗୁଁ ହୋଇଥିବା ଲକ୍‌ଡାଉନ୍ ଏବଂ ଅନ୍ୟାନ୍ୟ ସମସ୍ୟା ଯୋଗୁଁ ଶିଶୁଟିର ଚିକିତ୍ସା ହୋଇପାରିନଥିଲା । ତେବେ ଶେଷରେ ସେମାନେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଇଏନ୍‌ଟି ଆଣ୍ଡ ସ୍କଲ୍‌ବେସ୍ ସର୍ଜରୀ ବିଭାଗର ସିନିୟର୍ କନ୍‌ସଲ୍‌ଟାଂଟ ଡାକ୍ତର ରାଧାମାଧବ ସାହୁଙ୍କ ନିକଟକୁ ନିଜ ପୁଅକୁ ନେଇ ଚିକିତ୍ସା ପାଇଁ ଆସିଥିଲେ । ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଡାକ୍ତର ସାହୁ କକ୍‌ଲିୟର୍ ପ୍ରତ୍ୟାରୋପଣ ସର୍ଜରୀ ନିମନ୍ତେ ପରାମର୍ଶ ଦେଇଥିଲେ ।

ଏହି ସର୍ଜରୀଟି ପୋଷ୍ଟେରିୟର୍ ଟିମ୍‌ପାନୋଟୋମି ପ୍ରକ୍ରିୟାରେ କରାଯାଇଥିଲା । ଏହି ପ୍ରକ୍ରିୟା ହେଉଛି ଏକ ମିନିମାଲୀ ଇନ୍‌ଭେସିଭ୍ ପ୍ରକ୍ରିୟା ଯେଉଁଥିରେ କି ଏକ ଛୋଟ ଛିଦ୍ର ମାଧ୍ୟମରେ ସର୍ଜରୀ କରାଯାଇଥାଏ ଏବଂ ଏହା ଖୁବ୍ କମ୍ କଷ୍ଟଦାୟକ ଅଟେ ବୋଲି ସଫଳତାର ସହ ସର୍ଜରୀ କରିଥିବା ଡାକ୍ତର ସାହୁ କହିଛନ୍ତି । ଏହି ପ୍ରକ୍ରିୟା ଦ୍ୱାରା ରୋଗୀଟି ଖୁବ୍ ଶୀଘ୍ର ଶ୍ରବଣ ଶକ୍ତି ପାଇବାରେ ସକ୍ଷମ ହୋଇଥାଏ । ଏହି ପ୍ରତ୍ୟାରୋପଣ ପ୍ରକ୍ରିୟା ସଫଳତାର ସହ ସଂପାଦନ କରାଯାଇଥିଲା ଏବଂ ୨୧ ଦିନ ପରେ ଏହି ଡିଭାଇସ୍‌କୁ ସ୍ୱିଚ୍‌ଅନ୍ କରାଯାଇଥିଲା ବୋଲି ଡାକ୍ତର ସାହୁ କହିଛନ୍ତି ।

ଅଡିଓଲୋଜିଷ୍ଟ ଲୋପାମୁଦ୍ରା ତ୍ରିପାଠୀ ଏବଂ ଅଭିନୀଶ କୁମାର ଡାକ୍ତର ସାହୁଙ୍କ ତତ୍ତ୍ୱାବଧାନରେ ଡିଭାଇସ୍‌କୁ ନେଇ କାର୍ଯ୍ୟ କରିଥିଲେ ଏବଂ ସର୍ଜରୀ ପରେ ୩ ମାସ ପର୍ଯ୍ୟନ୍ତ ଶିଶୁଟିର ସ୍ପିଚ୍ ଥେରାପି ମଧ୍ୟ କରାଯାଇଥିଲା । ବର୍ତ୍ତମାନ ଶିଶୁଟି ଶୁଣିବାରେ ସକ୍ଷମ ହୋଇପାରିଛି ଏବଂ ବିଭିନ୍ନ ଶବ୍ଦକୁ ଅନୁସରଣ କରୁଛି । ସେ ଧୀରେ ଧୀରେ କଥା କହିବା ମଧ୍ୟ ଶିଖିଯିବ ବୋଲି ସେ କହିଛନ୍ତି ।

କାନର ଭିତର ପାଶ୍ୱର୍ରେ ସମସ୍ୟା ଥିବା ଯୋଗୁଁ ବିଶ୍ୱବ୍ୟାପୀ ଅନେକ ଲୋକ ବଧିରତାର ଶିକାର ହୋଇଥାନ୍ତି । କକ୍‌ଲିୟର ଏକ ଛୋଟ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଯାହାକୁ କି କାନର ଭିତର ପାଶ୍ୱର୍ରେ ପ୍ରତ୍ୟାରୋପଣ କରାଯିବା ଦ୍ୱାରା ସମ୍ପୂର୍ଣ୍ଣ ବଧିର କିମ୍ବା ଅଳ୍ପ ଶୁଣିପାରୁଥିବା ଲୋକଙ୍କର ଶ୍ରବଣ ଶକ୍ତି ବୃଦ୍ଧି ପାଇଥାଏ ବୋଲି ମାର୍ଚ୍ଚ ୩ ୱାର୍ଲ୍ଡ ହିୟରିଂ ଡେ (ବିଶ୍ୱ ଶ୍ରବଣ ଦିବସ) ପରିପ୍ରେକ୍ଷୀରେ ଡାକ୍ତର ସାହୁ କହିଛନ୍ତି ।

Comments are closed, but trackbacks and pingbacks are open.