ଦେଶରେ କୋଇଲା ଅଭାବ ଯୋଗୁଁ ବିଦ୍ୟୁତ ସଙ୍କଟ ଆଶଙ୍କା : ଖଣ୍ଡନ କଲା କୋଇଲା ମନ୍ତ୍ରଣାଳୟ

0 39

ଦେଶରେ ବିଭିନ୍ନ ତାପଜ ବିଦ୍ୟୁତ କେନ୍ଦ୍ରରେ କୋଇଲା ଅଭାବକୁ ନେଇ ଅନେକ ରାଜ୍ୟ ରେ ଉପୁଜିପାରେ ବିଦ୍ୟୁତ ଯୋଗାଣ ସଙ୍କଟ । ଏ ପରିକି ଦେଶର ରାଜଧାନୀ ଦିଲ୍ଲୀ ସମେତ ଅନେକ ରାଜ୍ୟ ସମ୍ପୂର୍ଣ୍ଣ ଅନ୍ଧକାର ହୋଇଯିବ ବୋଲି ଚେତାବନୀ ଦିଆଯାଇଛି ଇ କୋଇଲାର ସଙ୍କଟ ପାଇଁ ଏବେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେଣି ।ଏପରି ଆଶଙ୍କା କୁ ନେଇ ସ୍ଵରାଷ୍ଟ୍ରମନ୍ତ୍ରୀ ବିଭିନ୍ନ କେନ୍ଦ୍ର ମନ୍ତ୍ରୀ ଙ୍କ ସହିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି I ବର୍ତ୍ତମାନ ରାଜସ୍ଥାନ, ମହାରାଷ୍ଟ୍ର, ଦିଲ୍ଲୀ, ବିହାର ସମେତ ଅନେକ ରାଜ୍ୟରେ ବିଦ୍ୟୁତ ଯୋଗାଣରେ ପ୍ରଭାବ ପଡିଥିବା ଦେଖିବାକୁ ମିଳୁଛି । ଫଳରେ ବିଭିନ୍ନ ରାଜ୍ୟ ସରକାର ଚିଠି ଲେଖି କୋଇଲା ସଂକଟକୁ ଯଥାଶୀଘ୍ର ସମାଧାନ କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣାଇଛନ୍ତି ।ଦେଶରେ କୋଇଲା ସଙ୍କଟ ଚର୍ଚ୍ଚା ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ ସିଂହ ଏବଂ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ଏବଂ ଏନଟିପିସିର ଅଧିକାରୀ । ଦେଶରେ ଥିବା ମୋଟ୍ କୋଇଲା ଖଣିରୁ ୧୩୫ଟି କୋଇଲା ଖଣି ୭୦ ପ୍ରତିଶତ ବିଜୁଳି ଯୋଗାନ୍ତି ।ଏହି ଖଣିରେ ଏବେ କୋଇଲାର ଅଭାବ ରହିଛି । ଯେତକ କଂଚାମାଲ ରହିଛି ତାହା ୩ ଦିନ ପରେ ଶେଷ ହୋଇଯିବ । ତେଣୁ ସାରା ଦେଶରେ ଏକ ପ୍ରକାର ବିଜୁଳି ସଂକଟ ଦେଖା ଦେବ ବୋଲି କୁହାଯାଉଛି ।
ରବିବାର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟୁଇଟ କରିଥିଲେ ଯେ ଦେଶରେ କୋଇଲା ଉତ୍ପାଦନ ଓ ଯୋଗାଣ ଉପରେ ସମୀକ୍ଷା କରାଯାଇଛି I ସେ ପ୍ରତିଶୃତି ଦେଇଥିଲେ ଯେ ଦେଶରେ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ନେଇ କୌଣସି ଆଶଙ୍କା ନାହିଁ I

ତେବେ କୋଇଲା ମନ୍ତ୍ରଣାଳୟ କହିଛି ଯେ ବିଦ୍ୟୁତ ଉତ୍ପାଦନକାରୀ କେନ୍ଦ୍ରଗୁଡିକ ଲାଗି ଯଥେଷ୍ଟ କୋଇଲା ମହଜୁଦ ଅଛି I ତେଣୁ ଦେଶରେ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହେବା ନେଇ ଯେଉଁ ଆଶଙ୍କା ପ୍ରକାଶ କରାଯାଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା I

Leave A Reply

Your email address will not be published.