ଭୁବନେଶ୍ବର: ଆଜି ଗଣେଶଙ୍କ ପୂଜା। ଏହି ଉପଲକ୍ଷେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡିଶାର ଚାଷୀଙ୍କୁ ଦେବେ ଉପହାର। ଆଜି ଚାଷୀଙ୍କ ଖାତାକୁ ମୁଖ୍ୟମନ୍ତ୍ରୀ ପଠାଇବେ ୨୦୦୦ ହଜାର ଟଙ୍କା। ସିଏମ କିଶାନ ଯୋଜନାରେ ଏହି ରାଶି ଚାଷୀଙ୍କୁ ପ୍ରଦାନ କରାଯିବ। ଏହାଦ୍ବାରା ଓଡିଶାର ୫୧ ଲକ୍ଷ କ୍ଷୁଦ୍ର, ନାମମାତ୍ର ଚାଷୀ ଓ ଭୂମିହୀନ କୃଷକ ପରିବାର ଉପକୃତ ହେବେ। ଏହି ଯୋଜନାରେ ଆଜି ମୋଟ ୧ ହଜାର ୪୧ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧା ୨ ହଜାର ଟଙ୍କା ଲେଖାଏଁ ଯିବ । ୨୦୨୫-୨୬ ରବି ଋତୁରେ ପ୍ରାରମ୍ଭିକ କୃଷି କାର୍ଯ୍ୟ ପାଇଁ ଏହା ବିଶେଷ ସହାୟକ ହେବ ବୋଲି କୁହାଯାଇଛି । ଆଜି ଓୟୁଏଟି ସ୍ଥିତ କୃଷିଶିକ୍ଷା ସଦନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ୍ କିଷାନର ତୃତୀୟ କିସ୍ତି ପ୍ରଦାନ କରିବେ ।
Comments are closed, but trackbacks and pingbacks are open.