ବାଲିଯାତ୍ରା ପାଇଁ ସରକାରୀ ଅନୁଦାନ ୨ କୋଟିରୁ ୧୦ କୋଟିକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

144

ଭୁବନେଶ୍ବର: ବାଲିଯାତ୍ରା ଓଡିଆ ଜାତିର ସାହସ, ଦୃଢସଙ୍କଳ୍ପ ଓ ସାମୁଦ୍ରିକ ବାଣିଜ୍ୟ ସଂସ୍କୃତିର ଜୀବନ୍ତ ସ୍ମୃତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଐତିହାସିକ କଟକ ବାଲିଯାତ୍ରା ୨୦୨୫ ଅବସରରେ କହିଛନ୍ତି । କଟକର ବାଲିଯାତ୍ରା ପଡିଆ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାର ଗୌରବମୟ ଇତିହାସର ଏକ ସୁନ୍ଦର ପରିଚୟ ହେଉଛି ବାଲିଯାତ୍ରା। ପୂର୍ବ ଭାରତର ସବୁଠାରୁ ବଡ଼ ସାଂସ୍କୃତିକ ବାଣିଜ୍ୟିକ ମେଳା, ଯାହା କାହିଁ କେଉଁ ଦିନରୁ ମହାନଦୀ କୂଳରେ ଅନୁଷ୍ଠିତ ହୋଇ ଆସୁଛି। ବାଲିଯାତ୍ରା ଅୟୋଜନ ପାଇଁ ପୂର୍ବରୁ ୨ କୋଟି ଟଙ୍କା ସରକାରୀ ଅନୁଦାନ ମିଳୁଥିବା ବେଳେ ଚଳିତ ବର୍ଷ ଠାରୁ ମୁଖ୍ୟମନ୍ତ୍ରୀ ଏହି ଐତିହାସିକ ଉତ୍ସବ ପାଇଁ ୧୦ କୋଟି ଟଙ୍କା ସରକାରୀ ଅନୁଦାନ ମିଳିବ ବୋଲି ଘୋଷଣା କରିଥିଲେ। ଏଥି ସହିତ ସିଲଭର ସିଟି ଭାବେ ଖ୍ୟାତି ଅର୍ଜନ କରିଥିବା କଟକ ସହରକୁ ତାରକସି ହବ୍ ରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

Comments are closed, but trackbacks and pingbacks are open.