ଦୁର୍ଘଟଣାରେ ମୃତ ଦୁଇ ପୋଲିସ କର୍ମଚାରୀଙ୍କ ପରିବାରକୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

144

ଭୁବନେଶ୍ବର: କଟକ-ପାରାଦୀପ ରାସ୍ତାର ଗତିରାଉତପାଟଣାରେ ସଡ଼କ ଦୁର୍ଘଟଣାରେ କର୍ତ୍ତବ୍ୟରତ ୨ଜଣ ପୋଲିସ୍ କର୍ମଚାରୀ ମୃତ୍ୟୁ ଘଟିଛି। ଦୁଇଜଣଙ୍କ ମଧ୍ୟରୁ ଜଣେ ଓଏପିଏଫ୍‌ କନ୍‌ଷ୍ଟେବଲ୍ଏବଂ ଜଣେ ହୋମ୍‌ ଗାର୍ଡ। ସେମାନଙ୍କ ନାମ ହେଲା ଲୋକନାଥ ସବର ଏବଂ ହୋମଗାର୍ଡ ଜଗବନ୍ଧୁ ମାହାଳି। ପ୍ରାଣହାନି ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ଉଭୟ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ₹୧୦ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Comments are closed, but trackbacks and pingbacks are open.