ଟିଉସନ ଫି’ପାଇଁ ନବମ ଶ୍ରେଣୀ ଛାତ୍ରଙ୍କୁ ଛୁରୀ ମାରି ହତ୍ୟା-ଡିସିପି

431

ଜଟଣୀ : ଟିଉସନ ଫି’ପାଇଁ ନବମ ଶ୍ରେଣୀ ଛାତ୍ରଙ୍କୁ ଛୁରିମାରି ହତ୍ୟା I ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା ଜଟଣୀରେ ଘଟି ଯାଇଥିବା ଚାଞ୍ଚଲ୍ୟକର ଘଟଣାର ଖୁଲାସା କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ I ଆଜି ପ୍ରେସମିଟ କରି ଡିସିପି ସୂଚନା ଦେଇ କହିଛନ୍ତି,ମୃତ ଛାତ୍ର ଶୁଭମଙ୍କ ବାପା ମା’ ଉଭୟେ ଟିଉସନ କରନ୍ତି I ହତ୍ୟାକାରୀ ମଧ୍ୟ ଜଣେ +୨ ଛାତ୍ର I ସେ ସେଠାରେ ଟିଉସନ ହେଉଥିଲେ I ତେବେ ହତ୍ୟାକାରୀ ଛାତ୍ରଙ୍କ କିଛି ମାସର ଟିଉସନ ଫି’ ବାକି ରହିଥିଲା I ତାଙ୍କୁ ବାରମ୍ବାର ଫି’ ମାଗିବାରୁ ସେ ଏହିଭଳି କାଣ୍ଡ ଘଟାଇଥିବା ଜଣା ପଡିଛି I ଏହି ଘଟଣାରେ ଗତକାଲି ପୋଲିସ ତନାଘନା ଚଳାଇଥିଲା I ସିସିଟିଭି ଫୁଟେଜ ଆଧାର ତଥା ହତ୍ୟାକାଣ୍ଡ ସ୍ଥଳରୁ ଏକ ବ୍ୟାଗ ଓ ୟୁନିଫର୍ମ ମିଳିବାରୁ ପୋଲିସ ଅଭିଯୁକ୍ତଙ୍କ ବିଷୟରେ ସୁରାକ ପାଇଥିଲା I ଏହିଘଟଣାରେ ୨ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରିଥିଲା ପୋଲିସ । ଏହି ସମୟରେ ଅଭିଯୁକ୍ତ ଜଣଙ୍କ ନିଜ ଦୋଷ ସ୍ୱୀକାର କରିଥିଲା I ବାରମ୍ବାର ଟ୍ୟୁସନ ଟଙ୍କା ମାଗିବାରୁ ଅପମାନ ସହିନପାରି ଏପରି କରିଥିବା ଦୋଷ ସ୍ୱୀକାର କରିଛି । ଅଭିଯୁକ୍ତ ନାବାଳକ ହୋଇଥିବା ବେଳେ + ୨ ପାଠ ପଢ଼ୁଥିଲେ ।

ସୂଚନାନୁସରେ,ଗତକାଲି ସନ୍ଧ୍ୟାରେ ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜରୀ ଗଡ଼ସାହି ଗାଁର ମନୋଜ ପାଲଟାସିଂଙ୍କ ପୁଅ ଶୁଭମ ସ୍ୱରୂପ ପାଲଟାସିଂଙ୍କୁ ଛୁରାମାଡ଼ କରି ହତ୍ୟା କରାଯାଇଥିଲା I ସେ ନବମ ଶ୍ରେଣୀ ଛାତ୍ର ଥିଲେ I ସନ୍ଧ୍ୟା ବେଳେ ଘରେ ବସି ପଢୁଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିଲା I ସେହି ସମୟରେ ତାଙ୍କ ବାପା ଓ ଭଉଣୀ ଉପର ମହଲରେ ଟିଉସନ ପଢାଉଥିଲେ ଓ ମା’ ରୋଷେଇ କରୁଥିଲେ I ଶୁଭମଙ୍କ ଚିତ୍କାର ଶୁଣି ପରିବାର ସଦସ୍ୟ ଧାଇଁ ଆସି ଦେଖିଲା ବେଳକୁ ଶୁଭମ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ିଥିଲେ ଏବଂ କେହି ଜଣେ ଧାଇଁ ପଳାଇ ଯିବାର ଦେଖା ଯାଇଥିଲା I ଶୁଭମଙ୍କ ପେଟରେ ଛୁରା ମାଡ଼ ହୋଇଥିବା ବେଳେ ବେକକୁ କଟା ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସେଠାରୁ ଖୋର୍ଧା ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶୁଭମ ଷଣ୍ଢପୁର ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢୁଥିଲେ I ସେ ଜଣେ ସରଳ ଓ ମେଧାବୀ ପିଲା ଥିଲେ I

Comments are closed, but trackbacks and pingbacks are open.