ପାଟକୁରା ନୂଆପଡା ବଜାରରେ ଗୋଷ୍ଠୀ ସଂଘର୍ଷ : ଜଣେ ମୃତ ୨ ସଙ୍କଟାପନ୍ନ

21

ଆଜି ଦିନ ଦ୍ବିପହରେ କେନ୍ଦ୍ରାପଡାସ୍ଥିତ ପାଟକୁରା ଅଂଚଳରେ ନୂଆପଡା ବଜାର ରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି ଇ ହାଇଦରର ଏନକାଉଣ୍ଟର ପରେ କେନ୍ଦ୍ରାପଡା ଜିଲ୍ଲାରେ ଗ୍ୟାଙ୍ଗଷ୍ଟାରମାନଙ୍କ ଉପରେ ପୋଲିସର କଡା ପହରା ରହିଥିଲା। ହେଲେ ଆଜି ହୋଇଥିବା ଗୋଷ୍ଠୀ ସଂଘର୍ଷ ରେ କେଉଁ ଦଳ ର ସମ୍ପୃକ୍ତି ଅଛି ଜଣାପଡି ନ ଥିବାବେଳେ ଏଥିରେ ଜଣଙ୍କର ମୃତ୍ୟୁ ହେବା ସହିତ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି I ଦୁଇ ସଙ୍କଟାପନ୍ନ ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ଦୋକାନୀ ଭୟରେ ଦୋକାନ ବଜାର ବନ୍ଦକରି ପଳାଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରି ତଦନ୍ତ ଆରମ୍ଭ କରି ଦେଇଛି।

Leave A Reply

Your email address will not be published.