ବିଜେବି କଲେଜର ଦୁଇ ହଷ୍ଟେଲ ଛାତ୍ରଙ୍କ ମଧ୍ୟ ରେ ଗଣ୍ଡଗୋଳ :୧୫ ଛାତ୍ର ଆହତ

22

ରାଜଧାନୀ ରେ ଥିବା ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଆଜି ଦୁଇ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ପୂର୍ବାହ୍ନ ରେ ଗଣ୍ଡଗୋଳ ଘଟିଛି । ଉଭୟ ହଷ୍ଟେଲ ଛାତ୍ର ପରସ୍ପରକୁ ଆକ୍ରମଣ କରିବା ସହ ହଷ୍ଟେଲରେ ଭଙ୍ଗାରୁଜା କରିଥିବା ଜଣାଯାଇଛି। ଏଥିରେ ଦୁଇ ହଷ୍ଟେଲର ୧୫ରୁ ଊର୍ଦ୍ଧ୍ୱ ଛାତ୍ର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି କୁ ଆୟତ୍ତ କୁ ଆଣିଛି I
ମିଳିଥିବା ସୂଚନା ଅନୁସାରେ , ଗତକାଲି କଲେଜର ଖାରବେଳ ଓ ଆମ୍ବେଦକର ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ କୌଣସି ବ୍ୟକ୍ତିଗତ କଥାକୁ ନେଇ ଉଚ୍ଚବାଚ ହୋଇ ପୁଲିସ୍ ଉପସ୍ଥିତିରେ ଏହାର ସମାଧାନ ହୋଇଥିଲା। ହେଲେ ଆଜି ସକାଳେ ଆମ୍ବେଦକର ହଷ୍ଟେଲର ୫୦ରୁ ଊର୍ଦ୍ଧ୍ୱ ଛାତ୍ର ଖାରବେଳ ହଷ୍ଟେଲକୁ ପଶି ଆସି ଝରକାକବାଟ ଭଙ୍ଗାରୁଜା କରିବା ସହ ଛାତ୍ରମାନଙ୍କୁ ଆକ୍ରମଣ କରିଥିଲେ।
ଖାରବେଳ ହଷ୍ଟେଲ ଜଣେ ଛାତ୍ର କହିଛନ୍ତି, ଆମେ ରୁମରେ ଥିବାବେଳେ ୫୦ରୁ ଅଧିକ ଛାତ୍ର ପଶି ଆସି କବାଟ ଝରକା ଭଙ୍ଗାରୁଜା କରିଥିଲେ। ପରେ ଆମକୁ ବାଡ଼େଇ ପଳାଇଯାଇଥିଲେ।
ଆଉ ଯେପରି କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଉପୁଜିବ ସେଥିପାଇଁ ବିଜେବି କଲେଜ ପରିସର ପୁଲିସ ମୁତୟନ ହୋଇଛନ୍ତି। ଏ ପର୍ଯ୍ୟନ୍ତ ଗଣ୍ଡଗୋଳ ର ସଠିକ କାରଣ ଜଣାପଡି ନାହିଁ I ଏହା ପୂର୍ବରୁ ମଧ୍ୟ ପ୍ରାୟ ଦୁଇ ହଷ୍ଟେଲ ପିଲାଙ୍କ ମଧ୍ୟ ଗଣ୍ଡଗୋଳ ହେବା ର ଖବର ରହିଛି I

Leave A Reply

Your email address will not be published.