ଆଜିଠୁ ସିଭିଲ ସର୍ଭିସ ମେନ୍‌ ପରୀକ୍ଷା : ମୋଟ ୧୬ଟି କେନ୍ଦ୍ରରେ ୪ହଜାର ୭୫୪ ପରୀକ୍ଷାର୍ଥୀ

0 16

ଆଜିଠାରୁ ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ଆରମ୍ଭ ହେଉଛି ଓଡିଶା ସିଭିଲ ସର୍ଭିସେସ ୨୦୨୦ ମେନ୍‌ ପରୀକ୍ଷା । ରାଜ୍ୟର ବିଭିନ୍ନ ସହରର ୧୬ଟି କେନ୍ଦ୍ରରେ ୪ହଜାର ୭୫୪ ପ୍ରାର୍ଥୀ ପରୀକ୍ଷା ଦେଉଛନ୍ତି । ୨ଟି ସିଟିଂରେ ପରୀକ୍ଷା କରାଯିବ । ପ୍ରଥମ ସିଟିଂ ସକାଳ ୯ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ ଟା ଯାଏ ଓ ୨ୟ ସିଟିଂ ଦିନ ୨ଟାରୁ ଆରମ୍ଭ ହୋଇ ସଂଧ୍ୟା ୫ଟା ଯାଏ ଚାଲିବ । ଫେବ୍ରୁଆରୀ ୮ ଯାଏ ଚାଲିବ ପରୀକ୍ଷା । ଓଡିଶା ସିଭିଲ ସିର୍ଭିସ ୨୦୨୦ ମୁଖ୍ୟ ପରୀକ୍ଷା ପାଇଁ ଓପିଏସସି ସ୍ୱତନ୍ତ୍ର ଗାଇଡଲାଇନ୍‌ ଜାରି କରିଛି । ପ୍ରଥମ ଦିନରେ ଓଡ଼ିଆ ଓ ଇଂରାଜୀ ବିଷୟରେ ପରୀକ୍ଷା ଦେଉଛନ୍ତି । ପରୀକ୍ଷାରେ N-95 ମାସ୍କ ବାଧ୍ୟତାମୂଳକ କରାଯାଇଛି । ବିନା ମାସ୍କରେ ପରୀକ୍ଷାର୍ଥୀ ହଲ ଭିତରକୁ ପ୍ରବେଶ ଅନୁମତି ନାହିଁ । ପରୀକ୍ଷାର୍ଥୀ ସାଙ୍ଗରେ ସାନିଟାଇଜର ନେଇ ଯିବେ । କୋଭିଡ ୧୯ର ସମସ୍ତ ଗାଇଡଲାଇନ୍‌ ପାଳନ କରିବେ ପରୀକ୍ଷାର୍ଥୀ । ହଲ୍‌ ଭିତରେ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ । କୋଭିଡ ଲକ୍ଷଣ ଜଣାପଡିଲେ ତୁରନ୍ତ ଇନଭିଜିଲେଟରଙ୍କୁ ଜଣାଇବେ । ଏଭଳି ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ରୁମ୍‌ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛି ଓପିଏସସି ।

Leave A Reply

Your email address will not be published.