ହାଜତ ଭିତରେ ଜଣେ ଅଭିଯୁକ୍ତର ସନ୍ଦେହଜନକ ମୃତ୍ୟୁରେ ପୋଲିସ ଅଧିକାରୀ ନିଲମ୍ବିତ

563

କଟକ: ସୋମବାର ଦିନ କଟକ ଚୌଦ୍ଵାର ଥାନା ହାଜତ ଭିତରେ ଜଣେ ଅଭିଯୁକ୍ତର ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ଚୌଦ୍ୱାର ପୋଲିସ ତାଙ୍କୁ ଶନିବାର ଦିନ ଗିରଫ କରିଥିବାବେଳେ ସୋମବାର ତାଙ୍କର ମୃତ ଦେହକୁ ଶୌଚାଳୟ ଭିତରୁ ଉଦ୍ଧାର କରିଥିଲା । ଅଭିଯୁକ୍ତ ଶୌଚାଳୟ ଭିତରେ ଆତ୍ମହତ୍ୟା କରିଛି ବୋଲି ପୋଲିସ କହିଥିବା ବେଳେ ପୋଲିସର ନିର୍ଯାତନା ସହି ନ ପାରି ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିଜେ ହସ୍ତକ୍ଷେପ କରି ଚୌଦ୍ଵାର ଥାନା ଅଧିକାରୀ (ଏସିପି ପାହ୍ୟା) ବିଶ୍ଵରଂଜନ ସାହୁଙ୍କୁ ନିଲମ୍ବିତ କରିଛନ୍ତି । ଏଥି ସହିତ ଚୌଦ୍ବାର ଥାନା ଏସଆଇ ନିରଞ୍ଜନ ଗୋଡ଼ା ଓ କନେଷ୍ଟବଳ କମଳଲୋଚନ ମାଝୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି।

ସୂଚନା ଅନୁଯାୟୀ, ଚୌଦ୍ଵାର ଥାନା ପୋଲିସ ଏକ ବାଇକ୍ ଲୁଟ୍ ମାମଲାରେ ଶନିବାର ଚୌଦ୍ଵାର ଓଟିଏମ୍ ଲେବର କଲୋନିର ଝୁନା ଓରଫ ହେମନ୍ତ ଦୋରା ଓ ଡମଡ଼ମଣିର ପିଣ୍ଡୁ ମଲ୍ଲିକକୁ ଗିରଫ କରିଥିଲା। ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ତଥା ଢେଙ୍କାନାଳ ଜିଲ୍ଲା ସଦର ଥାନା ଅଞ୍ଚଳର ରସାନନ୍ଦ ନାୟକ(୩୮) ଙ୍କୁ ଶନିବାର ସନ୍ଧ୍ୟାରେ ପୋଲିସ ଉଠାଇ ଆଣିଥିଲା । ତାଙ୍କୁ ଚୌଦ୍ବାର ଥାନାରେ ଜେରା କରୁଥିଲା ।

Comments are closed, but trackbacks and pingbacks are open.