ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ

18

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଙ୍କୁ ଗିରଫ କଲା ବାଣପୁତ୍ର ପୋଲିସ I ଗତ ୧୨ ଦିନ ବାଣପୁର ବ୍ଲକ ନିର୍ବାଚନ ସମୟରେ ପ୍ରଶାନ୍ତ ଜଗଦ୍ଦେବ ମଦ୍ୟପାନ କରି ବ୍ଲକ ସମ୍ମୁଖରେ ଉପସ୍ଥିତ ଥିବା ସାଧାରଣ ଲୋକଙ୍କ ଉପରକୁ ଗାଡି ମଡ଼ାଇ ଦେଇଥିଲେ ଇ ଫଳରେ ଏଥିରେ ୧୦ ଜଣ କର୍ତ୍ତବ୍ୟରତ ପୋଲିସ କର୍ମଚାରୀ ଙ୍କ ସହିତ ସମୁଦାୟ ୨୩ ଜଣ ଲୋକ ଆହତ ହୋଇଥିଲେ I ସେମାନଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ହୋଇ ପଡିଥିଲା I
ବିଧାୟକଙ୍କ ଏ ଭଳି ଅମାନବୀୟ କାଣ୍ଡକୁ ଦେଖି ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଜନତା ପ୍ରଶାନ୍ତଙ୍କୁ ଗାଡ଼ିରୁ ଘୋଷାରି ଆଣି ନିସ୍ତୁକ ମାଡ଼ ମାରିବା ସହିତ ଗାଡି ଟିକୁ ଭାଙ୍ଗି ଚୁରମାର କରିଦେଇଥିଲେ I ଜନତାଙ୍କ ଆକ୍ରମଣ ରେ ପ୍ରଶାନ୍ତ ଜଗଦ୍ଦେବ ରକ୍ତାକ୍ତ ଅବସ୍ଥାରେ ଭୁବନେଶ୍ୱର ସମ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ I ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ତାଙ୍କୁ ଦଳରୁ ବହିଷ୍କାର ଓ ତୁରନ୍ତ ଗିରଫ କରିବା ପାଇଁ ସ୍ୱର ଉଠୁଥିବାବେଳେ ,ହସ୍ପିଟାଲ ରୁ ଆଜି ତାଙ୍କୁ ଗିରଫ କରିଛି ବାଣପୁର ପୋଲିସ I

Comments are closed, but trackbacks and pingbacks are open.