ଚିଲିକାରେ ଅଘଟଣ : ଡଙ୍ଗା ବୁଡି ଜଣେ ନିଖୋଜ , ୧୧ ଉଦ୍ଧାର

26

ବାଲୁଗାଁ: ଚିଲିକାରେ ଅଘଟଣ । କାଳବୈଶାଖୀ ଯୋଗୁଁ ଏକ ଟୁରିଷ୍ଟ ଡଙ୍ଗା ବୁଡ଼ିଯାଇ ଜଣେ ନିଖୋଜ ହେବା ସହିତ ୧୧ ଜଣ ଉଦ୍ଧାର ହୋଇଛନ୍ତି ଇ
ସୂଚନା ଅନୁଯାୟୀ ଆଜି ଏକ ଟୁରିଷ୍ଟ ଡଙ୍ଗା ରେ ୮ ଜଣ ପର୍ଯ୍ୟଟକଙ୍କ ସହିତ ସମୁଦାୟ ୧୨ ଜଣ କାଳିଜାଇ ଦର୍ଶନ କରି ଫେରୁଥିଲେ I ସେହି ସମୟରେ ଅପରାହ୍ଣ ପ୍ରାୟ ୫ଟା ବେଳେ କାଳବୈଶାଖୀ ପବନ ଓ ବର୍ଷା ହୋଇଥିଲା। ଫଳରେ ଡଙ୍ଗାଟି ବାଲୁଗାଁ ଠାରୁ ପ୍ରାୟ ୪ କିଲୋମିଟର ଦୂର ଚଢ଼େଇଗୁହା ପାହାଡ଼ ନିକଟରେ ବୁଡ଼ି ଯାଇଥିଲା। ତେବେ ସମସ୍ତ ୮ ପର୍ଯ୍ୟଟକ ଲାଇଫ ଜ୍ୟାକେଟ୍ ପିନ୍ଧିଥିବା ଯୋଗୁ ପାଣିରେ ଭାସୁଥିଲେ। ସେହିପରି ସେମାନଙ୍କ ସହ ଡଙ୍ଗାର ଦୁଇ ନାବିକ ଓ ଅନ୍ୟ ଜଣେ ସ୍ଥାନୀୟ ଲୋକ ରହିଥିଲେ। ସେମାନେ ପାଣିରେ ଭାସୁଥିବା ବେଳେ ବାଲୁଗାଁ ପୁଲିସ୍ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ବାଲୁଗାଁ ଡାକ୍ତରଖାନାରେ ସମସ୍ତ ପର୍ଯ୍ୟଟକଙ୍କୁ ଭର୍ତ୍ତି କରାଯାଇଛି। ସେମାନେ ସମସ୍ତେ ସୁସ୍ଥ ଅଛନ୍ତି।
ପର୍ଯ୍ୟଟକ ମାନଙ୍କ ମଧ୍ୟରୁ ୪ ଜଣ ବାଲେଶ୍ୱର ଜିଲା ରେମୁଣା ରୁ ହୋଇଥିବାବେଳେ ଅନ୍ୟ ସମସ୍ତେ ବାଲୁଗାଁ ଅଂଚଳ ର I ତେବେ ନିଖୋଜ ହୋଇଥିବା ବ୍ୟକ୍ତି ଜଣକ ବାଲୁଗାଁ ଅଂଚଳ ର ଓ ତାଙ୍କ ନାଁ ରାଜେନ୍ଦ୍ର ଖୁଣ୍ଟିଆ ବୋଲି ଜଣାପଡ଼ିଛି। ତାଙ୍କ ସଂପର୍କରେ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନ ଥିବା ବେଳେ ଖୋଜା ଖୋଜି ଜାରି ରହିଛି I

Comments are closed, but trackbacks and pingbacks are open.