ବିଜେପିରେ ଯୋଗ ଦେଲେ ଚିଲିକା ବିଧାୟକ

160

ଭୁବନେଶ୍ବର: ବିଜେପିରେ ମିଶିଲେ ଚିଲିକାର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଶଙ୍ଖ ଛାଡ଼ି ପଦ୍ମ ଧରିଲେ ପ୍ରଶାନ୍ତ ଜଗଦ୍ଦେବ । ୨୦୧୯ରେ ଯଦିଓ ସେ ବିଜେଡି ଟିକେଟରୁ ନିର୍ବାଚିତ ହୋଇଥିଲେ । ବିଭିନ୍ନ ଘଟଣା କ୍ରମ ପାଇଁ ବିବାଦୀୟ ହେବା ପରେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା । ଆଉ ଏବେ ସେ ୨୦୨୪ ସାଧାରଣ ନିର୍ବାଚନ ଟିକେଟ ବଣ୍ଟା ହେବା ପୂର୍ବରୁ ସେ ପଦ୍ମ ଶିବିରରେ ଯୋଗ ଦେଇଛନ୍ତି

ଜାନୁଆରୀ ୨୦୨୩ରେ ଜଗଦେବ ଆଶା ବ୍ୟକ୍ତ କରିଥିଲେ ଯେ ବିଜେଡି  ଖୁବଶୀଘ୍ର ତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବ, କିନ୍ତୁ ଏହା ଏପର୍ଯ୍ୟନ୍ତ ହୋଇନଥିବା ବେଳେ ସେ ଆଜି ବିଜେପିରେ ଯୋଗ ଦେଇଛନ୍ତି । ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ଆଣିଛନ୍ତି। ରଘୁନାଥ ସାହୁ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଚିଲିକାରୁ ବିଜେଡି ବିଧାୟକ ଥିବା ବେଳେ ୨୦୧୯ରେ ବିଜେଡି ତାଙ୍କୁ ଚିଲିକା ଆସନରୁ ଜଗଦେବଙ୍କୁ ପ୍ରାର୍ଥୀ କରିଥିଲା । ୨୦୧୯ ମସିହାରେ ଚିଲିକାରୁ ବିଜେଡି ତରଫରୁ ସେ ମଇଦାନକୁ ଓହ୍ଲାଇଥିଲେ । ବିପୁଳ ଭୋଟରେ ବିଜୟ ମଧ୍ୟ ହୋଇଥିଲେ । ଜଗଦେବ ପୂର୍ବରୁ ବେଗୁନିଆରୁ ବିଧାୟକ ଥିଲେ।

୨୦୨୧ ସେପ୍ଟେମ୍ବରରେ ଚିଲିକାରେ  ବିଜେପିର ଜଣେ ଦଳିତ ନେତାଙ୍କୁ ଆକ୍ରମଣ ଅଭିଯୋଗରେ ଶାସକ ବିଜେଡି ତାଙ୍କୁ ନିଲମ୍ବିତ କରିଥିଲା। ପରେ ଏହି ମାମଲାରେ ତାଙ୍କୁ ଗିରଫ କରାଯାଇ ଜେଲ୍ ପଠାଇ ଦିଆଯାଇଥିଲା। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ବାହାରେ ଅଧିକାଂଶ ବିଜେପି ସମର୍ଥକ ଓ ପୁଲିସ କର୍ମଚାରୀଙ୍କ ଭିଡ଼ରେ ଏସୟୁଭି କାର ମଡେଇ ଥିବା ଅଭିଯୋଗ ହୋଇଥିଲା । ପୂର୍ବରୁ ଅନେକ ମାମଲାରେ ସେ ବିବାଦୀୟ ଅଟନ୍ତି।

Comments are closed, but trackbacks and pingbacks are open.