୨୦୦୭ ପୂର୍ବରୁ ଜନ୍ମ ପିଲା ନେବେ ଟିକା : ପ୍ରଥମ ଡୋଜ ନେବାର ୨୮ ଦିନ ବ୍ୟବଧାନ ରେ ୨ୟ ଡୋଜ

0 20

୨୦୦୭ ପୂର୍ବରୁ ଜନ୍ମ ଜନ୍ମ ନେଇଥିବା ପିଲା ନେବେ କରୋନା ଟିକା । ୧୫ରୁ ୧୮ ବର୍ଷ ମଧ୍ୟରେ ଯେଉଁମାନ ହୋଇଥିବା ସେମାନଙ୍କୁ ଏହି ଟିକା ଦିଆଯିବ । ଟିକା ନେବା ପାଇଁ ଅନ୍‌ଲାଇନ୍‌ ଓ ଅନ୍‌ସାଇଟ୍‌ରେ ପଞ୍ଜିକରଣ କରିପାରିବେ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଟୀକା କରଣ ପାଇଁ ଦୁଇ ପ୍ରକାରର ବ୍ୟବସ୍ଥା କରାଯିବ । ପରିସ୍ଥିତି ଅନୁଯାୟୀ କିଶୋରଙ୍କ ଟୀକା କରଣ ଲାଗି ସ୍ଥାନ ବଛାଯିବ । ଯେଉଁଠି ସୁବିଧା ହେବ କିଶୋରଙ୍କ ଟିକା ଅଲଗା କରାଯିବ ନ ହେଲେ ଯେଉଁ ସ୍ଥାନରେ ବର୍ତ୍ତମାନ ଟିକା କରଣ ଚାଲିଛି । ସେହି ଠାରେ ଅଲଗା ଲାଇନ କରି ଟୀକା ଦିଆଯିବ । କିଶୋରଙ୍କ ଟୀକା କ୍ଷେତ୍ରରେ ପ୍ରଥମ ଡୋଜରୁ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନ ୨୮ ଦିନ ରହିବ ।
ସେହିପରି ବରିଷ୍ଠ ନାଗରିକ ମାନେ କେଉଁ ଟୀକା ଦିଆଯିବ ତାହା ସ୍ପଷ୍ଟ ହୋଇନି । ବରିଷ୍ଠ ନାଗରିକ ମାନେ ପ୍ରଥମେ ଡାକ୍ତରଙ୍କ ସହ ପରାମର୍ଶ କରି ପ୍ରତିଷେଧକ ଡୋଜ ନେବାକୁ ଆସିବେ । ଯଦି ସେମାନଙ୍କ ଡାକ୍ତର ପ୍ରତିଷେଧକ ଡୋଜ ନେବାକୁ କହିଥିବେ । ତାହେଲେ ସେମାନଙ୍କୁ ପ୍ରତିଷେଧକ ଡୋଜ ଦିଆଯିବ । ବରିଷ୍ଠ ନାଗରିକ କ୍ଷେତ୍ରରେ ଦ୍ୱିତୀୟ ଡୋଜର ୯ ମାସ ପରେ ପ୍ରତିଷେଧକ ଡୋଜ ଦିଆଯିବ ।

Leave A Reply

Your email address will not be published.