୨ ରୁ ୧୮ ବର୍ଷ ପିଲାଙ୍କୁ ଦିଆଯିବ କୋଭାକ୍ସିନ କରୋନା ଟୀକା : ଡ଼ିଜିସିଆଇ ର ମଞ୍ଜୁରୀ

0 33

ସାରା ଦେଶରେ କରୋନାକୁ ମାତ୍ ଦେବାକୁ ଜାରି ରହିଛି ଟିକାକରଣ ।୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ କରୋନା ଟିକା ଦେବା ନେଇ ଅନୁମତି ଦେଇଛି ଡିସିଜିଆଇ । ପିଲାଙ୍କୁ କୋଭାକ୍ସିନର ୨ ଡ଼ୋଜ ଦିଆଯିବା ନେଇ ଅନୁମତି ମିଳିଛି । ଏନେଇ ଖୁବ୍ ଶୀଘ୍ର ସରକାରଙ୍କ ପକ୍ଷରୁ ଜାରି ହେବ ଗାଇଡ଼ଲାଇନ । ହାଇଦ୍ରାବାଦଭିତ୍ତିକ ଭାରତ ବାୟୋଟେକ୍ ସେପ୍ଟେମ୍ବରରେ ୧୮ବର୍ଷରୁ କମ୍ ପିଲାମାନଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ କରି ଏହି ମାସ ଆରମ୍ଭରେ ଡିସିଜିଆଇକୁ ପରୀକ୍ଷାର ତଥ୍ୟ ଦେଇଥିଲା । ପିଲାଙ୍କୁ କୋଭାକ୍ସିନ୍ ଟିକା ଦେବା ନେଇ ଫେଜ-୨ ଓ ଫେଜ-୩ ଟ୍ରାଏଲ ହୋଇଥିଲା । ଟ୍ରାଏଲ ପରେ ପିଲାଙ୍କୁ କୋଭାକ୍ସିନ୍ ଟିକା ଦେବା ନେଇ ଡ଼ିସିଜିଆଇ ଅନୁମତି ଦେଇଛି ।

ଏହି ଟିକାର ଦୁଇଟି ଡୋଜ ୨୦ଦିନର ବ୍ୟବଧାନରେ ପିଲାଙ୍କୁ ଦିଆଯିବ । ତେବେ ଏପର୍ଯ୍ୟନ୍ତ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ଅନୁମତି ପ୍ରଦାନ କରିନାହିଁ । ରିପୋର୍ଟ ଅନୁଯାୟୀ ଭାରତ ବାୟୋଟେକ ଜୁଲାଇ ୯ରେ ‘ହୁ’କୁ ଆବଶ୍ୟକ ସମସ୍ତ ଦସ୍ତାବିଜ ଦାଖଲ କରିଥିଲା ଏବଂ ପ୍ରାୟ ଜୁଲାଇ ଶେଷ ସୁଦ୍ଧା ‘ହୁ’ ସମୀକ୍ଷା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ବିଭିନ୍ନ ରାଜ୍ୟର ମଧ୍ୟ ଟିକାକରଣକୁ ଗୁରୁତ୍ୱ ଦେଇଛନ୍ତି । ଏବେ ଦେଶରେ କରୋନା ସ୍ଥିତି ଭଲରେ ଅଛି । ଏହାକୁ ଦୃଷ୍ଟିରେ ରଖି ସରକାର ନବମ ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିବା ସହ ପାଠପଢା ଜାରି ରଖିଛନ୍ତି । ଆଗକୁ ମଧ୍ୟ ପ୍ରାଥମିକ ସ୍ତରରେ ସ୍କୁଲ ଖୋଲିବାକୁ ଯୋଜନା କରିଛନ୍ତି ସରକାର । ସବୁ ରାଜ୍ୟକୁ ଏନେଇ ନିଷ୍ପତ୍ତି ନେବାକୁ ଅନୁମତି ଦିଆସାରିଛି ।

Leave A Reply

Your email address will not be published.