ସ୍କୁଲ ଫି ନଦେବାରୁ ୫ ଘଣ୍ଟା ଧରି ପିଲାଙ୍କୁ ଅଟକ

29

ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କ ଦାଦାଗିରି I ସ୍କୁଲ ଫି ନ ଦେବାରୁ ୫ ଘଣ୍ଟା ଧରି ପିଲାଙ୍କୁ ରଖିଲେ ଅଟକ I ଘଟଣା ଘଟିଛି ଭୁବନେଶ୍ୱର ଘାଟିକିଆରେ ଥିବା ଆପିିଜେ ଘରୋଇ ସ୍କୁଲ ରେ । ଏହାପରେ ସ୍କୁଲ ଆଗରେ ଅଭିଭାବକଙ୍କ ଧାରଣା ଦେଇଥିଲେ I ଅଭିଯୋଗ ଅନୁସାରେ ପିଲାମାନେ ସ୍କୁଲ ଫି ଦେଇନପାରିବାରୁ ପିଲାଙ୍କୁ ସ୍କୁଲ କର୍ତୃପକ୍ଷ ଏକ ରୁମରେ ୫ ଘଂଟା ଧରି ବନ୍ଦ କରି ରଖିଥିଲେ । ଆଉ ଏହାକୁ ବିରୋଧ କରି ସେମାନେ ସ୍କୁଲ ସମ୍ମୁଖରେ ଧାରଣା ଦେଇଛନ୍ତି ।

ସୂଚନା ଅନୁସାରେ ଘାଟିକିଆ ଅଂଚଳ ରେ ଥିବା ଏପିଜେ ସ୍କୁଲ ରେ ଗତକାଲି ସ୍କୁଲର ୩୪ ଜଣ ପିଲାଙ୍କୁ ସ୍କୁଲର କ୍ଲାସ ପରୀକ୍ଷା ସରିବା ପରେ ଦିନ ୯ :୩୦ ସମୟରେ ଏକ ବନ୍ଦ କୋଠରୀରେ ଭର୍ତି କରି ବାହାର ପଟୁ ଚାବି ପକେଇ ରଖିଥିଲେ l ରୁମରେ ଫ୍ୟାନ ବନ୍ଦ କରିବା ସହ ସେମାନଙ୍କୁ ପିଇବା ପାଣି ଦେଇ ନଥିଲେ l ଏପରି କି ସେମାନଙ୍କୁ ପରିସ୍ରା କରିବାକୁ ମଧ୍ୟ ଛାଡି ନଥିଲେ l ପ୍ରାୟ ଦିନ ୨ :୩୦ ରେ ସେମାନଙ୍କୁ ଗୋଟେ ଗୋଟେ ସ୍କୁଲ ଫିସ ନୋଟିସ ଧରାଇ ଛାଡିଲେ ଓ ବାପା ମାନଂକୁ ଏହି କଥା କହିବାକୁ କହି ଥିଲେ କର୍ତୃପକ୍ଷ ଇ

ସ୍କୁଲ ଫିସ ପାଇଁ କୌଣସି ପିଲାଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଦଣ୍ଡ ଦେବା ତ ଦୂରର କଥା ଆଦୌ ଅବଗତ ବି କରିପାରିବେ ନାହିଁ ବୋଲି ସ୍ପଷ୍ଟ ନିୟମ ରହିଛି l ଏ ସଂକ୍ରାନ୍ତିୟ ଯାହା କିଛି ଯୋଗାଯୋଗ ଓ ବିନିମୟ କେବଳ ଅଭିଭାବକ ସହିତ ହିଁ କରିପାରିବେ l ଯାହା କିଛି ଆଲୋଚନା ଓ ଅର୍ଥ ସଂକ୍ରାନ୍ତୀୟ ବନ୍ଦୋବସ୍ତ ପାଇଁ ଅଭିଭାବକଙ୍କ ସହିତ ସିଧାସଳଖ ସମ୍ପର୍କ ରଖିବେ ହେଲେ ପିଲାଙ୍କୁ ଏ ସଂକ୍ରାନ୍ତରେ ଅବଗତ କରିପାରିବେ ନାହିଁ ବୋଲି ନିୟମ ରହିଥିଲେ ମଧ୍ୟ ଏହାକୁ ଭୃକ୍ଷେପ କରି ନ ଥିଲେ ସ୍କୁଲ କର୍ତୃପକ୍ଷ I

ଏହି ଖବର ପାଇବା ପରେ ଅଭିଭାବକ ସ୍କୁଲ ଆଗରେ ଜମା ହୋଇଥିଲେ ଓ ଧାରଣାରେ ବସିଥିଲେ । ଏହାପରେ ସ୍କୁଲରେ ପଂହଚି ଥିଲେ ଭରତପୁର ପୁଲିସ । ସ୍କୁଲ କର୍ତପକ୍ଷଙ୍କ ବିରୋଧରେ ଏତଲା ବି ଦେଇଛନ୍ତି ଅଭିଭାବକ । ସ୍କୁଲ ଆଡମିନଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ଓଡିଶା ଅଭିଭାବକ ସଂଘ ସ୍କୁଲ କର୍ତପକ୍ଷଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରି ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ।

Comments are closed, but trackbacks and pingbacks are open.