ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଶନିବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗୀୟ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେଚଳିତ ଖରିଫ ଧାନ ସଂଗ୍ରହ ସ୍ଥିତି ସହିତ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା(ପିଡିଏସ୍) କାର୍ଯ୍ୟକାରିତାର ସୁପରିଚାଳନା ସଂପର୍କରେ ଅନୁଧ୍ୟାନ କରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ । ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ପୂର୍ତ୍ତ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ, ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ, ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଲିଃ.ର ପରିଚାଳନା ନିର୍ଦ୍ଦେଶକକେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସମେତ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଠକରୁ ଜଣାଯାଇଛି ଯେ, ଚଳିତ ୨୦୨୫-୨୬ ଧାନ କ୍ରୟ ଋତୁ ପାଇଁ ୧୯ ଲକ୍ଷ ୬୭ ହଜାର ୮୧୨ ଜଣ ଚାଷୀ ସେମାନଙ୍କର ନାମ ପଞ୍ଜୀକରଣ କରିଛନ୍ତି । ଖରିଫ ୨୦୨୫-୨୬ ପାଇଁ ମୋଟ ଧାନ ଚାଷ ଅଂଚଳ ୬୧ ଲକ୍ଷ ୬୭ ହଜାର ୪୧୪ ଏକର ପଂଜୀକୃତ ହୋଇଛି । ୨୦୨୪-୨୫ ରେ ୭୩. ୪୫ ଲକ୍ଷ ମେଟ୍ରିକ୍ ଟନ ଖରିଫ ଏବଂ ୧୯. ୧୮ ଲକ୍ଷ ମେଟ୍ରିକ୍ ଟନ୍ ରବି ଧାନ ସଂଗ୍ରହ ହୋଇଥିଲା। ଚଳିତ ଜାନୁଆରୀ ୩ ତାରିଖ ସୁଦ୍ଧା ୧୮ଟି ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି ପ୍ରାୟ ୧୧ .୮୪ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଛି । ୨, ୭୧, ୩୧୮ ଜଣ ଚାଷୀ ୧୨.୦୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ ବିକ୍ରୟ କରିଛନ୍ତି । ଧାନ ଅମଳ ସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ୟ ବିଭିନ୍ନ ଜିଲ୍ଲାରେ ଧାନ ସଂଗ୍ରହ ପ୍ରସ୍ତୁତି ଜାରି ରହିଛି । ଧାନ ସଂଗ୍ରହ ପ୍ରକ୍ରିୟାରେ ଚାଷୀମାନେ ସେମାନଙ୍କର ଧାନ ଯେପରି ସୁବିଧାରେ ବିକ୍ରୟ କରିପାରିବେସେଥିପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରାଯାଇଛି । ଧାନ ସଂଗ୍ରହ ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ପାଇଁ ସାଟେଲାଇଟ୍ ଇମେଜରି ବ୍ୟବହାର ସହାୟକ ହୋଇଛି । ଚାଷୀମାନଙ୍କୁ ବିଭିନ୍ନ ସୋସାଇଟି ସହିତ ସଂଯୁକ୍ତ କରାଯିବା, ଟୋକନ୍ ବ୍ୟବସ୍ଥା, ଧାନର ଗୁଣାତ୍ମକତା ଯାଂଚ, ମିଲରମାନଙ୍କ ଦ୍ୱାରା ଧାନ ଉଠାଯିବା, ଧାନ ବିକ୍ରିର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପ୍ରେରଣ , ମିଲର ମାନଙ୍କ ଠାରୁ ନିର୍ଦ୍ଧାରିତ ସମ ପରିମାଣର ଚାଉଳ ସଂଗ୍ରହ ଏବଂ ବ୍ୟବସ୍ଥାର ସୁପରିଚାଳନାସଂପର୍କରେ ମୁଖ୍ୟ ଶାସନ ସଚିବ ବିସ୍ତୃତ ଅନୁଧ୍ୟାନ କରିବା ସହିତ ବିଭିନ୍ନ ପରାମର୍ଶ ଦେଇଥିଲେ ।
Comments are closed, but trackbacks and pingbacks are open.