ଭୁବନେଶ୍ୱର: କଟକ ବାରବାଟୀ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ। ଆସନ୍ତା ୯ ତାରିଖରେ ହେବାକୁ ଥିବା ଭାରତ ବନାମ ଇଂଲଣ୍ଡ ପାଇଁ ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ପ୍ରସ୍ତୁତି ସନ୍ତୋଷଜନକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାଛଡ଼ା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବାରବାଟୀରେ ମ୍ୟାଚ ହେବା ଆମ ଓଡ଼ିଶା ପାଇଁ ସୌଭାଗ୍ୟର ବିଷୟ। ନୂଆ ସରକାର ଆସିବା ପରେ ଏହା ଆମ ପାଇଁ ପ୍ରଥମ ମ୍ୟାଚ । ପ୍ରସ୍ତୁତି ସନ୍ତୋଷଜନକ ରହିଛି । ସମୟ ଅନୁସାରେ ସବୁ ଠିକ ଚାଲିଛି। ମ୍ୟାଚ ପାଇଁ ଗୋଟିଏ ସଂଗୀତ ଉନ୍ମୋଚନ କରାଯାଇଛି । ଆଶା କରିବି ଏଥର ମ୍ୟାଚ ବହୁତ ଉତ୍ସାହପୂର୍ଣ୍ଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Comments are closed, but trackbacks and pingbacks are open.