ଆଜି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସହ ଯୋଗଦେବେ ନଅ ଟି ରାଜ୍ୟର ମୁଖ୍ୟମନ୍ତ୍ରୀ

320

ଭୁବନେଶ୍ବର: ଆଜି ରାଜ୍ୟର ପ୍ରଥମ ବିଜେପି ସରକାର ଶପଥ ଗ୍ରହଣ କରିବେ। ସେଥିପାଇଁ ଭୁବନେଶ୍ବରର ଜନତା ମଇଦାନକୁ ବେଶ ପ୍ରସ୍ତୁତ କରି ରଖାଯାଇଛି। ତେବେ ଏହି ଉତ୍ସବର ମୁଖ୍ୟ ଆକର୍ଷଣ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଆନ୍ଧ୍ର ପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁଙ୍କ ଶପଥ ପରେ ଓଡିଶା ଆସିବେ। ସେହିପରି ଏହି ଉତ୍ସବରେ ଯୋଗଦେବା ପାଇଁ ଓଡିଶାର ତିନି କେନ୍ଦ୍ରମନ୍ତ୍ରୀ ଗତକାଲିଠାରୁ ପହଞ୍ଚିସାରିଛନ୍ତି। ସେମାନେ ହେଲେ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଏବଂ ଜୁଏଲ ଓରାମ। ସେହିପରି ଏହି ଉତ୍ସବରେ ନଅ ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହେବେ। ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଆସାମ, ଗୁଜରାଟ  ଉତ୍ତରାଖଣ୍ଡ, ତ୍ରିପୁରା, ରାଜସ୍ଥାନ, ଛତିଶଗଡ ଓ ହରିଆଣା ମୁଖ୍ୟମନ୍ତ୍ରୀ ଯୋଗ ଦେବେ ବୋଲି ଜଣାପଡିଛି।

Leave A Reply

Your email address will not be published.