ପଶ୍ଚିମ ଓଡିଶା ବାସୀଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ନୂଆଁଖାଇ ଭେଟି : ଆଜି ଖାତାକୁ ଆସିବ’କାଳିଆ’ ଟଙ୍କା

31

ଆଜି ପଶ୍ଚିମ ଓଡିଶା ର ଗଣପର୍ବ ନୂଆଁଖାଇ । ନୂଆଁଖାଇ ଏକ କୃଷି ଭିତିକ ପର୍ବ । ପ୍ରଥମ ଅମଳ ଧାନକୁ ଇଷ୍ଟଦେବୀଙ୍କୁ ଭୋଗ ଲଗାଇ ସେବନ କରନ୍ତି ସମସ୍ତେ । ଏଥିସହ ନୂଆଁଖାଇ ଏକ ଭାଇଚାରାର ପର୍ବ ହୋଇଥିବାରୁ ପରସ୍ପର ପ୍ରତି ଥିବା ସମସ୍ତ କ୍ରୋଧ, ଅସୂୟା ଭାବକୁ ପଛରେ ପକାଇ ସମସ୍ତେ ପରସ୍ପରର ଶୁଭ ମନାସିବା ସହ ଶୁଭେଛା ଜଣାଇଥାନ୍ତି ।
ଆଉ ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ମୁଁହରେ ହସ ଫୁଟାଇବା ପାଇଁ ‘କାଳିଆ’ ସହାୟତା ବଣ୍ଟନ କାର୍ଯ୍ୟକ୍ରମ ରହିଛି । ତେବେ ପୁରୀ ଜିଲ୍ଲାର ଚାଷୀଙ୍କୁ ଏହି ସହାୟତା ମିଳିବ ନାହିଁ । ଚଳିତମାସ ୩୦ରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବାକୁ ରହିଥିବାରୁ ନିର୍ବାଚନ କଟକଣା ପାଇଁ ଜିଲ୍ଲାବାସୀଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ ।
ସରକାରଙ୍କ ତଥ୍ୟ ଅନୁଯାୟୀ ଆଜି ଅପରାହ୍ଣ ସାଢେ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ସହାୟତା ବଣ୍ଟନ କରିବେ । ଏଥିରେ ରାଜ୍ୟର ପାଖାପାଖି ୩୭ଲକ୍ଷ ୭୫ ହଜାର ଚାଷୀଙ୍କୁ କାଳିଆ ବାବଦକୁ ୨ହଜାର ଟଙ୍କା ଲେଖାଏଁ ସହାୟତା ବଣ୍ଟନ କରାଯିବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୭୫୫ କୋଟି ଟଙ୍କା ଖର୍ଚ୍ଚ ହେବାକଥା, କିନ୍ତୁ ପୁରୀ ଜିଲ୍ଲାର ଚାଷୀଙ୍କୁ ସହାୟତା ବାବଦ ଅର୍ଥ ଦିଆଯିବ ନାହିଁ । ଏବାବଦକୁ ପ୍ରାୟ ୧୩କୋଟି ଟଙ୍କା କମ୍ ରହିବ ବୋଲି ଜଣାଯାଇଛି ।

Leave A Reply

Your email address will not be published.