ଗୋପାଳପୁର ମାଣ୍ଡିଆ ପଲ୍ଲୀ ଦୁର୍ଘଟଣାରେ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ତିନି ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା

20

ଗତ କାଲି ଗଞ୍ଜାମ ଜିଲ୍ଲା ଗୋପାଳପୁର ର ମାଣ୍ଡିଆ ପଲ୍ଲୀ ରେ ମୋଟର ଦୁର୍ଘଟଣାରେ ତିନି ବ୍ୟକ୍ତି ଜଣଙ୍କ ମୃତ୍ୟୁ ଘଟଣା ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି ରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି. ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି I

ଏହି ଘଟଣାରେ ଆହତ ମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି I ଏବଂ ଆହତ ଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି I

ସୂଚନାଯୋଗ୍ୟ ମାଣ୍ଡିଆପଲ୍ଲୀ ଗାଁରେ ମଙ୍ଗଳବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ତେଲୁଗୁ ବାହାଘର ରୀତି ଅନୁସାରେ କନ୍ୟାଯାତ୍ରୀଙ୍କ ବାଟବରଣ ବେଳେ ଏହି ଦୁର୍ଘଟଣା ଘଟିଛି। କନ୍ୟାଯତ୍ରୀଙ୍କୁ ବାଟବରଣ କରିବା ପାଇଁ ଲୋକ ରୁଣ୍ଡ ହୋଇଥିବା ବେଳେ ଏକ ସ୍କର୍ପିଓ ଆସି ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ସ୍ପର୍ପିଓ ଚଢ଼ିଯିବା ପରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ତେବେ ଏହି ଦୁର୍ଘଟଣାରେ  ୧୨ ଜଣ ଆହତ ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି।

Comments are closed, but trackbacks and pingbacks are open.