ନବରଙ୍ଗପୁର ଜିଲ୍ଲାରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା

145

ଭୁବନେଶ୍ବର: ନବରଙ୍ଗପୁର ଜିଲ୍ଲାରେ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା। ସୋମବାରଠାରୁ ୧୦ ତାରିଖ ପର୍ଯନ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଛି। ଏନେଇ ୯୩୮ ଜଣ ରୋଗୀ ଚିକିତ୍ସା ପାଇଁ ଅନଲାଇନ ନାମ ପଞ୍ଜି କରଣ କରିଛିନ୍ତି। ସ୍ୱାସ୍ଥ୍ୟ ଶିବିରରେ ଓଡ଼ିଶାର ବିଭିନ୍ନ ବିଭାଗର ବରିଷ୍ଠ ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ସେବା ଯୋଗାଇ ଦିଆଯାଇଛି। ଡାକ୍ତର ମାନେ ବିମାନଯୋଗେ ଜୟପୁର ରେ ପହଂଚିବା ପରେ ନବରଙ୍ଗପୁର କୁ ଆସିଥିଲେ। ଏହି ଶିବିରରେ ମୂତ୍ରନଳିଜନିତ ରୋଗ (ୟୁରୋଲୋଜି), କିଡନୀ ଜନିତ ରୋଗ, ହୃଦରୋଗ, ପେଟ ଜନିତ ଜଟିଳ ରୋଗ,  ଥାଏରୋଇଡ଼, ମଧୁମେହ, ଗଳଗଣ୍ଡ, ଜଟିଳ ଅନ୍ତନଳୀ ରୋଗ, ସ୍ନାୟୁ ଜନିତ ରୋଗର  ଆଦିର ଚିକିତ୍ସା  କରାଯାଉଥିବା ବେଳେ ଓଡିଶା ର ବିଭିନ୍ନ ବଡ଼ ବଡ଼ ମେଡିକାଲ ର   ସୁପର ସ୍ପେସିଆଲିଷ୍ଟ  ଡକ୍ଟର ଆସି ଚିକିତ୍ସା ସେବା ଯୋଗାଉଛନ୍ତି। ସିଟି ସ୍କାନ, ଆଲଟ୍ରା ସାଉଣ୍ଡ, ଇସିଜି, ଲେପ୍ରୋଷ୍କପି, ରଞ୍ଜନ ରଶ୍ମୀ, ଆଇକ ମାଧ୍ୟମରେ ଦ୍ୱାରା ରୋଗ ନିରୂପଣ କରି ଆବଶ୍ୟକ ଅସ୍ତ୍ରୋପଚାର କରାଯିବ। ଉପାନ୍ତ ଅଞ୍ଚଳର ରୋଗୀ ମାନେ ବଡ଼ ମେଡ଼ିକାଲ ର ସୁପର ସ୍ପେସିଆଲିଷ୍ଟ ଡକ୍ଟର ଙ୍କ ନିକଟରେ ନିଜ ଚିକିତ୍ସା ସୁବିଧା ପାଇପାରୁନଥିଲେ ବର୍ତ୍ତମାନ ଏହି ବାୟୁ ସ୍ବାସ୍ଥ୍ୟ ସେବା ମାଧ୍ଯମରେ  ସୁପର ସୁପର ସ୍ପେସିଆଲିଷ୍ଟ ଡକ୍ଟରଙ୍କୁ ହାତ ପାଆନ୍ତାରେ ପାଇ ଖୁସି ବ୍ୟକ୍ତ କରିଛନ୍ତି। ଅପରପକ୍ଷରେ ଚାରି ଦିନ ଚାଲିବାକୁ  ଥିବା ଏହି ଶିବିରର ପ୍ରଥମ ଦିନରେ ସ୍ପେସିଆଲିଷ୍ଟ ଡକ୍ଟରମାନେ ରୋଗୀ ମାନଙ୍କ ର ସ୍କ୍ରିନିଂ କରିବା ପରେ ପ୍ରାଥମିକ ଚିକିତ୍ସା କରି ବିଭିନ୍ନ ପରୀକ୍ଷା କରାଯିବା ସହିତ ରୋଗୀ ଙ୍କୁ ଚିକତ୍ସା ଓ ପରାମର୍ଶ ଯୋଗାଇ ଦେଇଛନ୍ତି। ଆବଶ୍ୟକ ସ୍ଥଳେ ରୋଗୀଙ୍କ ଅସ୍ତ୍ରୋପଚାର କରିବା ସହିତ ଜରୁରୀ ରୋଗୀ ଙ୍କୁ ମେଡ଼ିକାଲ ରେ ଏଡ଼ମିଟ କରି ଚିକିତ୍ସା କରାଯିବ। ଏହି  ଶିବିର ଅଧିକୃତ ମେଡ଼ିକାଲ ଛାଡି ଉପାନ୍ତ ଅଞ୍ଚଳର ଏହି ଶିବିର ରେ ଯୋଗଦେଇ  ଡକ୍ଟର ମାନେ ଖୁସି ବ୍ୟକ୍ତ କରି ଏହା ଏକ ନୂତନ ଅନୁଭୂତି ବୋଲି କହିଛନ୍ତି।

Comments are closed, but trackbacks and pingbacks are open.