ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଆୟୁଷ ଡାକ୍ତରମାନେ କେବଳ ଆର୍ୟୁବେଦ ଔଷଧ ଲେଖପାରିବେ

261

ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟ ବିଭାଗ ସଚିବ, ବରିଷ୍ଠ ବିଭାଗୀୟ ଅଧିକାରୀ ଯୋଗଦେଇ ରାଜ୍ୟରେ ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।ତନ୍ମଧ୍ୟରୁ ବିଭିନ୍ନ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ କାର୍ଯ୍ୟରତ ଆୟୁଷ (ଆୟୁର୍ବେଦିକ ଓ ହୋମିଓପ୍ୟାଥିକ) ଡାକ୍ତର ନିଜ ଟ୍ରେଡ଼ ରେ ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଔଷଧ ରୋଗୀଙ୍କୁ ଲେଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏଥିପାଇଁ ଖୁବ ଶୀଘ୍ର ରାଜ୍ୟର ସମସ୍ତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କୁ ବିଭିନ୍ନ ବର୍ଗର ଆୟୁର୍ବେଦ ଓ ହୋମିଓପ୍ୟାଥିକ ଔଷଧ ଲୋକଙ୍କ ଚାହିଦା ମୁତାବକ ପଂହଚାଇଦେବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବିଭାଗୀୟ ଅଧିକାରୀ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଆଶା ପୋଷଣ କରିଥିଲେ। ଏ ସମ୍ପର୍କରେ ରାଜ୍ୟର ପୂର୍ବତନ ସ୍ଵାସ୍ଥ୍ୟ ସଚିବ ଆରତୀ ଆହୁଜା ମଧ୍ୟ ପୂର୍ବରୁ ବିଭାଗୀୟ ନୋଟିସ ଜାରି କରିଥିଲେ ଯେ ଆୟୁଷ ଡାକ୍ତର ମାନେ ନିଜ ଟ୍ରେଡ଼ ରେ ଆୟୁର୍ବେଦ ଓ ହୋମିଓପ୍ୟାଥିକ ଚିକିତ୍ସା କରିବା ସହ ଔଷଧ ଦେବା ପାଇଁ ଏକ ନିର୍ଦେଶନାମା ଗତ ତାରିଖରେ ପ୍ରଦାନ କରିଥିଲେ। ଗତ ତା୨୯.୦୬.୨୦୧୫ ରେ ପତ୍ର ସଂଖ୍ୟା୧୪୪୪୬/ରେ ତତ୍କାଳୀନ ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ ମାନକୁ ଏକ ନିର୍ଦେଶ (ସରକୁଲାର)ପ୍ରଦାନ କରିଥିଲେ ଯେ ପ୍ରତେକ ପି ଏଚ ସି ଓ ସି ଏଚ ସି ରେ ନିଯୁକ୍ତ ଥିବା ଆୟୁଷ ଡାକ୍ତର ମାନେ ନିଜ ସିଷ୍ଟମ ଅନୁସାରେ ରୋଗୀ ଚିକିତ୍ସା କରିବେ ଏତତ୍ ସହିତ ଜରୁରୀ କାଳୀନ ସମୟରେ ଏମ ଓ ଙ୍କ ପରାମର୍ଶ କ୍ରମେ ରୋଗୀଙ୍କୁ ଅତ୍ୟାବଶ୍ୟକ ଚିକିତ୍ସା ସେବା ଯୋଗାଇ ଦେବେ।ଏଥିପାଇଁ ସମସ୍ତ ପ୍ରକାର ସହାୟତା, ଟ୍ରେନିଂ ଆଦି ଯୋଗାଇ ଦିଆଯାଇଛି।

Comments are closed, but trackbacks and pingbacks are open.