ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : କୋଭିଡ୍ ଗାଇଡ଼ ଲାଇନ କୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ

20

ଗତ କିଛି ସପ୍ତାହ ହେଲା ୟୁରୋପ ରେ ସଂକ୍ରମଣ ବୃଦ୍ଧି ପାଇଛି। କରୋନାର ଏହି ନୂଆ ଭାରିଆଣ୍ଟ ‘ଓମିକ୍ରନ’କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସତର୍କ କରାଇବା ପରେ ରାଜ୍ୟରେ କରୋନାର ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ମୁଖ୍ୟମନ୍ତ୍ରୀ କହିଛନ୍ତି କରୋନା ବିରୋଧରେ ପ୍ରଥମରୁ ହିଁ ବଳିଷ୍ଠ ପଦକ୍ଷେପ ନେଇଛି ଓଡ଼ିଶା । ପ୍ରଥମ ଓ ଦ୍ୱିତୀୟ ଲହରକୁ ସାମ୍ନା କରିବାରେ ଓଡ଼ିଶା ସଫଳ ହୋଇଛି । ତେବେ ସମ୍ଭାବ୍ୟ ତୃତୀୟ ଲହର ସଂକ୍ରମଣ କୁ ରୋକିବା ଏବଂ କରୋନା ବିରୋଧରେ ସଚେତନତା ଜାରି ରଖିବାକୁ ତଥା କଡାକଡି ପଦକ୍ଷେପ ନେବାପାଇଁ ପୁଲିସ ମହାନିର୍ଦ୍ଦେଶକଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଏହା ସହ କୋଭିଡ ନିୟମକୁ କଡ଼ାକଡ଼ି ମାନିବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।

Leave A Reply

Your email address will not be published.