ନିବେଶକ ସମ୍ମିଳନୀରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

31

ଭୁବନେଶ୍ୱର: ମେକ୍‌ ଇନ ଓଡ଼ିଶା କନକ୍ଲେଭ ୨୦୨୨ ଅବ୍ୟବହିତ ପୂର୍ବରୁ ରାଜ୍ୟ ସରକାର ଦେଶର ବିଭିନ୍ନ ପ୍ରାନ୍ତ ତଥା ବିଦେଶରେ ରୋଡ ସୋ ମାନ ଆୟୋଜନ କରୁଛନ୍ତି । ଚଳିତ ମାସ ୧୭ରେ ହାଇଦ୍ରାବାଦରେ ଅନୁଷ୍ଠିତ ହେବାକୁ ଥିବା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ । ରାଜ୍ୟ ସରକାର ଏବଂ ଶିଳ୍ପ ସଂଘ ଫିକିର ମିଳିତ ଉଦ୍ୟମରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ଏଥିଲାଗି ମୁଖ୍ୟମନ୍ତ୍ରୀ ୧୬ ତାରିଖରେ ହାଇଦ୍ରାବାଦ ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି । ୧୭ ତାରିଖ ଦିନରେ ମୁଖ୍ୟମନ୍ତ୍ରୀ ନିବେଶକଙ୍କ ସହ ଗଭର୍ଣ୍ଣମେଣ୍ଟ ଟୁ ବିଜନେସ (ଜିଟୁବି) ବୈଠକରେ ପ୍ରତ୍ୟକ୍ଷ ଭାବେ ଆଲୋଚନା କରିବେ । ସଂଧ୍ୟାରେ ହାଇଦ୍ରାବାଦର ବଞ୍ଜାର ହିଲ୍‌ ସ୍ଥିତ ହୋଟେଲ ତାଜ କ୍ରୀଷ୍ଣାରେ ଓଡ଼ିଶା ନିବେଶକ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ନିବେଶକଙ୍କୁ ମେକ୍‌ ଇନ୍‌ ଓଡ଼ିଶାରେ ଯୋଗ ଦେବାକୁ ନିମନ୍ତ୍ରଣ କରିବେ ।

Comments are closed, but trackbacks and pingbacks are open.