କଳାହାଣ୍ଡି ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ BSKYସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ

18

ଆଜି କଳାହାଣ୍ଡି ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ (BSKY)ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ଜିଲ୍ଲାର ୪ ଲକ୍ଷ ୭ ହଜାର ୧୦୪ ପରିବାରକୁ ସ୍ମାର୍ଟ କାର୍ଡ ବଣ୍ଟନ କରାଯିବ । ଏହାସହ କଳାହାଣ୍ଡିବାସୀଙ୍କୁ ୮୫୯ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆୟୋଜିତ କାର୍ଯ୍ୟକ୍ରମ ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହିତ , ୫-ଟି ସଚିବ ଭି.କେ ପାଣ୍ଡିଆନ, ପଶ୍ଚିମ ଓଡ଼ିଶାର ଅନ୍ୟ ମନ୍ତ୍ରୀ ଟୁକୁନି ସାହୁ, ନବ ଦାସ ଓ ନିରଞ୍ଜନ ପୂଜାରୀ ଙ୍କ ସହିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣା ପାଇଁ ବିବାଦୀୟ ହୋଇପଡ଼ିଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଲା। ବିରୋଧୀ ଦଳଙ୍କ ତୀବ୍ର ବିରୋଧ ସତ୍ତ୍ୱେ ଦିବ୍ୟଶଙ୍କର ମଞ୍ଚରେ ଭାଷଣ ମଧ୍ୟ ଦେଇଥିଲେ I ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବନୀପାଟଣା ଓୟୁଏଟି ଅଡିଟୋରିୟମରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ଅବସରରେ କଳାହାଣ୍ଡିବାସୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ୯୦୦ କୋଟିର ପ୍ରକଳ୍ପର ଉଦଘାଟନ କରି ମୁଁ ବହୁତ ଖୁସି । ଧାନ, ମାଛ ଓ କପା ଉତ୍ପାଦନରେ କଳାହାଣ୍ଡି ଆଗରେ ରହିଛି । କଳାହାଣ୍ଡିର ୬୮ ପ୍ରତିଶତ ଜମି ଜଳସେଚିତ ହୋଇଛି । କଳାହାଣ୍ଡି ଆଜି ଶିକ୍ଷା ହବ୍ ହୋଇପାରିଛି । କଳାହାଣ୍ଡିରେ ଖୁବଶୀଘ୍ର ମେଡିକାଲ କାମ ସରିବାକୁ ଯାଉଛି । ଏହାସହ କଳାହାଣ୍ଡି ଆଜି ବିଏସକେୱାଇରେ ସାମିଲ ହୋଇଛି।

ଏହି ଅବସରରେ ମନ୍ତ୍ରୀ ଟୁକୁନି ସାହୁ ସଭାକୁ ସମ୍ବୋଧିତ କରିବା ପରେ ମନ୍ତ୍ରୀ ଶ୍ରୀ ମିଶ୍ର ଭାଷଣ ଦେଇଥିଲେ। ସେ ତାଙ୍କ ଭାଷଣର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ୧୯୭୦ ପର୍ଯ୍ୟନ୍ତ କଳାହାଣ୍ଡିର ସ୍ଥିତ କ’ଣ ଥିଲା, ୧୯୭୦ରୁ ୨୦୦୦ ପର୍ଯ୍ୟନ୍ତ ଜିଲ୍ଲାର ସ୍ଥିତି କ’ଣ ଥିଲା ଓ ୨୦୦୦ ପରେ ନବୀନ ପଟ୍ଟନାୟକଙ୍କ ଶାସନ କାଳରୁ କ’ଣ ହୋଇଛି, ତା’ର ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ କଳାହାଣ୍ଡି ଜିଲ୍ଲାର ବହୁ ବିକାଶ କରିଥିବା ସେ କହିଥିଲେ। ତେବେ ସେ ମମିତା ମେହେର ହତ୍ୟାକାଣ୍ଡ ଓ ମହାଲିଙ୍ଗ ସମ୍ପର୍କରେ କିଛି କହି ନଥିଲେ।

Leave A Reply

Your email address will not be published.