ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ବିଗ୍ରହ ପ୍ରତିଷ୍ଠା ଉତ୍ସବ: ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

21

ଆଜି ୨୬ -୦୫ ଭୁବନେଶ୍ୱର ଜୟଦେବବିହାରରେ ସମ୍ପର୍ଣ୍ଣ ହୋଇଛି ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ । ଶ୍ରୀ ବାଲାଜୀ ବିଶ୍ୱନାଥ ଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ପାଇଁ ଗତ ୫ ଦିନ ଧରି ସମସ୍ତ ନୀତିକାନ୍ତି ଚାଲିଥିଲା I ଆଜି ଉଦଯାପନୀ ଉତ୍ସବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ତିରୁମାଲା ତିରୁପତି ଦେବସ୍ଥାନମ ପକ୍ଷରୁ ଜୟଦେବବିହାର ଛକ ନିକଟରେ ମନ୍ଦିର ନିର୍ମାଣ କରାଯାଇଛି । ଏହି ଅବସରରେ ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି, ଓଡ଼ିଶାର ହଜାର ହଜାର ଲୋକ ଶ୍ରୀବାଲାଜୀଙ୍କ ଦର୍ଶନ ପାଇଁ ତିରୁପତି ଯାଉଛନ୍ତି । ଭୁବନେଶ୍ୱରରେ ଶ୍ରୀ ଭେଙ୍କଟେଶ୍ୱରଙ୍କ ମନ୍ଦିର ପ୍ରତିଷ୍ଠା ଦ୍ୱାରା ଭକ୍ତମାନେ ଏଠାରେ ଦର୍ଶନ କରିପାରିବେ । ଯିଏ ତିରୁପତି ଯାଇ ପାରିବେନି ଏଇଠି ଦର୍ଶନ କରିପାରିବେ ।

Comments are closed, but trackbacks and pingbacks are open.