ଭୁବନେଶ୍ବର: ଗଣତନ୍ତ୍ର ଦିବସ ପୂର୍ବରୁ ଆଜି ଘୋଷଣା ହୋଇଛି ରାଜ୍ୟର ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମଶ୍ରୀ। ଏଥିରେ ଓଡିଶାରୁ ଚାରି ଜଣ ଏହି ସମ୍ମାନ ପାଇବାକୁ ମନୋନିତ ହୋଇଛନ୍ତି। ସେମାନେ ହେଲେ ଶ୍ରୀ ଚରଣ ହେମ୍ବ୍ରମ, ସୀମାଞ୍ଚଳ ପାତ୍ର, ମହେନ୍ଦ୍ର କୁମାର ମିଶ୍ର ଏବଂ ଶରତ ପାତ୍ର। ଏହି ଚାରିଜଣଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ‘୨୦୨୬ ମସିହା ପାଇଁ ଓଡ଼ିଶାରୁ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଶ୍ରୀ ଚରଣ ହେମ୍ବ୍ରମ ଓ ଶ୍ରୀ ମହେନ୍ଦ୍ର କୁମାର ମିଶ୍ର ଏବଂ କଳା କ୍ଷେତ୍ରରେ ଶ୍ରୀ ଶରତ କୁମାର ପାତ୍ର ଓ ଶ୍ରୀ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହେବା ସମଗ୍ର ରାଜ୍ୟ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ। ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ। ଆପଣମାନଙ୍କର ଏହି ଉପଲବ୍ଧି ଓଡ଼ିଶାର କଳା ଓ ସଂସ୍କୃତିକୁ ଜାତୀୟ ସ୍ତରରେ ନୂତନ ପରିଚୟ ପ୍ରଦାନ କରିଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଓ ଉତ୍ତରୋତ୍ତର ଉନ୍ନତି କାମନା କରୁଛି।’
Comments are closed, but trackbacks and pingbacks are open.