ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ତିନି ମହଲା ବିଶିଷ୍ଟ ନୂତନ ବହୁତଳ ପାର୍କିଂକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

32

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ନୂତନ ତିନିମହଲାବିଶିଷ୍ଟ ବହୁତଳ ପାର୍କିଂକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫ ଏକର ଜମିରେ ୩୫ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ବ୍ୟୟରେ ଭୁବନେଶ୍ୱର ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ୍‌ ପକ୍ଷରୁ ନିର୍ମାଣ ହୋଇଛି ବହୁତଳ ପାର୍କିଂ ।

୨୦୧୮ ନଭେମ୍ବରରେ ନିର୍ମାଣ ଆରମ୍ଭ ହୋଇ ୨୦୨୦ ଡିସେମ୍ବରରେ ଶେଷ ହୋଇଥିଲା । ଏହି ବହୁତଳ ପାର୍କିଂରେ ଗୋଟିଏ ସମୟରେ ୫୮୩ ଚାରି ଚକିଆ ଏବଂ ୬୦୦ଟି ଦୁଇ ଚକିଆ ଗାଡି ରହିପାରିବ । ଏହି କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମଏହି କେଶରୀ ଆରୁଖ, ଉପସ୍ଥିତ ଥିଲେ। ନନ୍ଦନକାନନକୁ କ୍ରମେ କ୍ରମେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଛି। ଟ୍ରାଫିକ୍‌ ସମସ୍ୟା ଓ ସ୍ଥାନାଭାବକୁ ଦୃଷ୍ଟିରେ ରଖି ଏହି ତିନିମହଲା ବିଶିଷ୍ଟ ଗାଡ଼ି ପାର୍କିଂସ୍ଥଳ ନିର୍ମାଣ କରାଯାଇଛି। ପ୍ରତ୍ୟେକ ମହଲା ୫୬୦୦ ବର୍ଗମିଟରର ଏବଂ ଏହି ପାର୍କିଂରେ ସମୁଦାୟ ୫୮୩ଟି ଚାରିଚକିଆ ଯାନ ରହିପାରିବ। ପାର୍କିଂ ନିକଟରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଟିକଟ ଘର, ପାନୀୟ ଜଳ ସୁବିଧା, ଶୌଚାଳୟ, ଡ୍ରାଇଭର ପ୍ରତୀକ୍ଷା ଗୃହ, ଅଗ୍ନିନିର୍ବାପକ ସୁବିଧା, ସିସିଟିଭି ସହିତ ସୌନ୍ଦର୍ଯ୍ୟକରଣ ପାଇଁ ବଗିଚା ଓ ପୁଷ୍କରିଣୀ ଆଦି କରାଯାଇଛି। ତଳେ ୨୦୦୦ ଦୁଇଚକିଆ ଯାନ ରହିବା ଭଳି ମଧ୍ୟ ସୁବିଧା କରାଯାଇଛି।

ଏହି ପାର୍କିଂ ଏରିୟାରେ ୬ ଘଣ୍ଟା ପାଇଁ ସାଇକେଲ୍‌ ପାର୍କିଂ କଲେ ୫ ଟଙ୍କା, ଦୁଇ ଚକିଆ ଗାଡି ପାଇଁ ୨୦ ଟଙ୍କା, ତିନି ଚକିଆ ଗାଡି ପାଇଁ ୩୦ ଟଙ୍କା, ଚାରି ଚକିଆ ଗାଡି ପାଇଁ ୪୦ ଟଙ୍କା ଓ ବସ୍‌ ରଖିବା ପାଇଁ ୭୦ ଟଙ୍କା ଦେବାକୁ ପଡିବ । ଏଠି ଫୁଡ୍‌ କୋର୍ଟ ସହ ପାଣିର ବ୍ୟବସ୍ଥା ରହିଛି । ମହିଳା ଓ ପୁରୁଷ ଉଭୟଙ୍କ ପାଇଁ ଅଲଗା ଓ୍ଵାସ୍‌ ରୁମ୍‌ ସୁବିଧା, ଡିଜଟାଲ୍‌ ଟିକେଟ୍‌ ବ୍ୟବସ୍ଥା କରାଯାଇଛି । ଏହି ବହୁତଳ ପାର୍କିଂ ସେବା ଆରମ୍ଭ ହେଲେ ନନ୍ଦନକାନନ ପୋଲିସ୍‌ ଷ୍ଟେସନ୍‌ରୁ ବାରଙ୍ଗ ବାଇପାସ୍‌ ରୋଡ୍‌ ଯାଏଁ ହେଉଥିବା ଟ୍ରାଫିକ୍‌ ଜାମ୍‌ କମ୍‌ ହୋଇଯିବ ।

Comments are closed, but trackbacks and pingbacks are open.