ସୁଭଦ୍ରା ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

43

ଭୁବନେଶ୍ଵର: ମହିଳାଙ୍କ ପାଇଁ ଖୁସି ଖବର। “ସୁଭଦ୍ରା’ରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଲା ଟଙ୍କା। ସୁନ୍ଦରଗଡ଼ରୁ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ। ୨୦ ଲକ୍ଷ ମହିଳାଙ୍କ ଖାତାକୁ କ୍ରେଡିଟ୍ ହେଲା ‘ସୁଭଦ୍ରା’ ପ୍ରଥମ କିସ୍ତିର ତୃତୀୟ ପର୍ୟ୍ୟାୟ ଟଙ୍କା। ୮୦ ଲକ୍ଷ ଛୁଇଁଲା ହିତାଧିକାରୀ ସଂଖ୍ୟା। ବାକି ରହିଥିବା ମହିଳାଙ୍କୁ ଡିସେମ୍ବରରେ ହେବ ଡିବିଟି। ସୁନ୍ଦରଗଡ଼ରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୁଭଦ୍ରା ଟଙ୍କା ବାଣ୍ଟିଛନ୍ତି। ୨୦ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ କିସ୍ତି ଟ୍ରାନ୍ସଫର ହୋଇଛି। ପ୍ରଥମ କିସ୍ତିର ତୃତୀୟ ପର୍ୟ୍ୟାୟ ଟଙ୍କା ବଣ୍ଟାଯାଇଛି। ମୋଟ ହିତାଧିକାରୀଙ୍କ ସଂଖ୍ୟା ୮୦ ଲକ୍ଷ ଛୁଇଁଛି। ତେବେ ଜମି ସମସ୍ୟା ଯୋଗୁଁ ଅନ୍ୟ କିଛି ହିତାଧିକାରୀ ତାଲିକାରୁ ବାଦ୍ ପଡ଼ିଛନ୍ତି। ସେମାନଙ୍କ ନାମରେ ଜମି ନାହିଁ, ହେଲେ ସେମାନେ ଧାନ ବିକ୍ରି କରିଛନ୍ତି। ବିବାଦରେ ସରଜମିନ ଯାଞ୍ଚ୍‌ କରାଯିବ । ସେହିପରି ଆଉ ୫ ଲକ୍ଷଙ୍କର କିଛି ଅସୁବିଧା ଥିଲା, ତାହା ସମାଧାନ ହୋଇନାହିଁ। ସେମାନଙ୍କର ଆକାଉଣ୍ଟ ସହ ଆଧାର ଲିଙ୍କ୍‌ରେ ସମସ୍ୟା ଅଛି। ଆଧାର, ଆକାଉଣ୍ଟ ସହ ପୁଣି ମୋବାଇଲ ନମ୍ୱର ସଂଯୋଗରେ ଅସୁବିଧା ରହିଛି। ଏହି ସବୁ ସଂଶୋଧନ ହେବା ପରେ ସେମାନେ ସାମିଲ ହୋଇପାରିବେ। ଡିସେମ୍ୱରରେ ସେମାନେ ସୁଭଦ୍ରା ଟଙ୍କା ପାଇବେ। ସୁଭଦ୍ରା ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ସରକାରୀ ଅଧିକାରୀ ଘରକୁ ଘର ଯିବେ। ଅଙ୍ଗନବାଡି କର୍ମଚାରୀ, ମିଶନ ଶକ୍ତି ମା’, ପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀମାନେ ଗାଁକୁ ଯିବେ। ବାଦ ପଡ଼ିଥିବା ହିତାଧିକାରୀଙ୍କୁ ସାମିଲ କରିବା ପର୍ୟ୍ୟନ୍ତ ପ୍ରକ୍ରିୟା ଜାରି ରହିବ। ଶେଷ ହିତାଧିକାରୀଙ୍କୁ ଯୋଡ଼ିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି। ଗତ ସେପ୍ଟେମ୍ୱର ୧୭ ଓ ଅକ୍ଟୋବର ୯ରେ ଦୁଇଟି ପର୍ୟ୍ୟାୟରେ ୬୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯାଇଛି। ଆଜି ଆଉ ୨୦ ଲକ୍ଷଙ୍କ ଖାତାକୁ ଟଙ୍କା ଆସିଛି। ଡିସେମ୍ଵର ସୁଦ୍ଧା ହିତାଧିକାରୀଙ୍କ ସଂଖ୍ୟା କୋଟିଏ ଟପିବ। ଏହି ଯୋଜନାରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। 

Comments are closed, but trackbacks and pingbacks are open.