ରାଇରଙ୍ଗପୁରରେ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନ୍

283

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେଡିର ଦୁଇ ନମ୍ବର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ୍ ରାଇରଙ୍ଗପୁରରେ ପ୍ରଚାର କରିଛନ୍ତି । ଭିକେ ପାଣ୍ଡିଆନ୍ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟରେ ସବୁଠୁ ଭଲ ଜାଗାରେ ଆଦିବାସୀ ଭାଇ ଭଉଣୀମାନଙ୍କୁ ରଖିଛନ୍ତି । ଆଦିବାସୀ ଭାଇ ଭଉଣୀଙ୍କ ପାଇଁ ସେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି । ଖାଲି ସେତିକି ନୁହେଁ, ଆଦିବାସୀ ଭାଇ ଭଉଣୀଙ୍କ ଭାଷା, ସାହିତ୍ୟ, ସଂସ୍କୃତି ଓ ପୂଜାସ୍ଥଳୀର ଉନ୍ନତି ପାଇଁ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଆଦିବାସୀ ଭାଇ ଭଉଣୀଙ୍କ ଉପରେ ଥିବା ୫୦ ହଜାର ପୋଲିସ୍ କେସ ରଦ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ସାରା ଦେଶରେ ସବୁଠୁ ଅଧିକ ଆଦିବାସୀ ହଷ୍ଟେଲ ଓଡିଶାରେ ଖୋଲାଯାଇଛି । ଯେଉଁଠି ଲକ୍ଷ ଲକ୍ଷ ଝିଅମାନେ ରହିବା ସହିତ ପାଠ ପଢିପାରୁଛନ୍ତି ବୋଲି କହିଛନ୍ତି ଭିକେ ପାଣ୍ଡିଆନ୍ । ତେବେ ମହାପ୍ରଭୁଙ୍କ ଆର୍ଶୀବାଦରେ ମୁଖ୍ୟମନ୍ତ୍ରୀ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ପ୍ରଥମ ଦସ୍ତଖତ କରିବେ, ବିଜୁଳି ବିଲକୁ ଛାଡ କରିବେ । ଦ୍ୱିତୀୟ ଦସ୍ତଖତ କରିବେ ବିଜୁ ସ୍ୱାସ୍ଥ୍ୟ କାର୍ଡ ସମସ୍ତେ ପାଇବେ । ଏବଂ ତୃତୀୟ ଦସ୍ତଖତ କରିବେ, ମିଶନ ଶକ୍ତି ମାଆମାନେ ଭତ୍ତା ପାଇବେ ବୋଲି କହିଛନ୍ତି ଭିକେ ପାଣ୍ଡିଆନ୍ ।

Comments are closed, but trackbacks and pingbacks are open.