ଭୁବନେଶ୍ବର: ବିଚାର ବିଭାଗ ବ୍ୟବସ୍ଥାରେ ଅତ୍ୟନ୍ତ ସଚ୍ଚୋଟ ଓ ଦାୟିତ୍ୱପୂର୍ଣ୍ଣ ଭାବେ କାର୍ଯ୍ୟ କରିବାକୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ପରାମର୍ଶ ଦେଇଛନ୍ତି। ଆଜି କଟକ ଓଡିଶା ଜୁଡିସିଆଲ ଏକାଡେମୀ ପରିସରରେ ଆୟୋଜିତ ଜୁନିୟର ଡିଭିଜନ ସିଭିଲ ଜଜଙ୍କ ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜଷ୍ଟିସ ଟଣ୍ଡନ ତ୍ୱରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ ଜଷ୍ଟିସ ଟଣ୍ଡନ ୩୩ ଜଣ ସିଭିଲ ଜଜଙ୍କୁ ଶପଥ ପାଠ କରାଇଥିଲେ। ଶପଥ ଗ୍ରହଣ ଉତ୍ସବରେ ଜୁଡିସିଆଲ ଏକାଡେମୀର ଅଧ୍ୟକ୍ଷ ଜଷ୍ଟିସ କୃଷ୍ଣରାମ ମହାପାତ୍ର, ଏକାଡେମୀର ସଦସ୍ୟ ଜଷ୍ଟିସ ସଞ୍ଜିବ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ନ୍ୟୁଜ ଲେଟର ବିଦ୍ୟା ଉନ୍ମୋଚିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଆନନ୍ଦ ଚନ୍ଦ୍ର ବେହେରା, ହାଇକୋର୍ଟର ବିଚାରପତିବୃନ୍ଦ, ଅବସରପ୍ରାପ୍ତ ବିଚାରପତି ଏବଂ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ।
Comments are closed, but trackbacks and pingbacks are open.