ମଧ୍ୟାନ୍ ଭୋଜନରେ ମିଳିବ ଚିକେନ

24

ଋତୁ ଅନୁସାରେ ମିଳୁଥିବା ଫଳ ଖାଇବାକୁ ଦିଆଜିବ ଛାତ୍ରଛାତ୍ରୀଙ୍କୁ । ଆଉ ଛାତ୍ର ଛାତ୍ରୀଙ୍କୁ ଦିଆଜିବନି ସୋୟାବିନ୍ , ଆଳୁ , ଡାଲି । ଦିଆଯିବ ପୃଷ୍ଟିକର ଖାଦ୍ୟ । ଏଣିକି ପଶ୍ଚିମବଙ୍ଗରେ ସ୍କୁଲ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନରେ ଚିକେନ୍ ଓ ଋତୁ ଅନୁସାରେ ମିଳୁଥିବା ଫଳ ଖାଇବାକୁ ଦିଆଯିବ । ଏହି ନିଷ୍ପତ୍ତି ନେଇଛନ୍ତି ମମତା ବାନାର୍ଜୀ । ହେଲେ ମାତ୍ର ୪ ମାସ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି ।

ଜାନୁୟାରୀ ମାସରୁ ସରକାରଙ୍କର ଏହି ଯୋଜନା ଆରମ୍ଭ ହୋଇ ଏପ୍ରିଲ ମାସ ପର୍ଯ୍ୟନ୍ତ ଚାଲିବ । ତେବେ ଆଗକୁ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଥିବାରୁ ହଠାତ ମମତା ସରକାରଙ୍କର ଏଭଳି ଘୋଷଣା କରିଛନ୍ତି ବୋଲି ବିଜେପି କହିଛି । ଏନେଇ ଶାସକ ଟିଏମ୍‌ସି ଓ ବିରୋଧୀ ବିଜେପି ପରସ୍ପରକୁ ଟାର୍ଗେଟ୍ କରିଛନ୍ତି । ରାଜ୍ୟ ସରକାରଙ୍କର ଦ୍ୱାରା ଜାରି କରାଯାଇଥିବା ସୂଚନା ଅନୁସାରେ, ଏଣିକି ମଧ୍ୟାହ୍ନ ଭୋଜନରେ ଭାତ, ଆଳୁ, ଶୋୟାବିନ ଏବଂ ଅଣ୍ଡା ସହ ସପ୍ତାହକୁ ଥରେ ଚିକେନ ଓ ଋତୁ ଅନୁସାରେ ମିଳୁଥିବା ଫଳ ସ୍କୁଲ ପିଲାଙ୍କୁ ଖାଇବାକୁ ଦିଆଯିବ । ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ଏହି ଖାଦ୍ୟ ଦିଆଯିବ ବୋଲି ବିବୃତ୍ତିରେ କୁହାଯାଇଛି । ତେବେ ଜାନୁଆରୀ ୨୩ ତାରିଖୁ ଏପ୍ରିଲ ୨୩ ତାରିଖ ପର୍ଯ୍ୟନ୍ତ ଏପରି ଖାଦ୍ୟ ଦିଆଯିବ ବୋଲି ପଶ୍ଚିମବଙ୍ଗ ସରକାର କହିଛନ୍ତି । ଏଥିପାଇଁ ଜଣେ ବିଦ୍ୟାର୍ଥୀ ପିଛା ଅତିରିକ୍ତ ୨୦ ଟଙ୍କା ଖର୍ଚ୍ଚ ହେବ । ଯଦିଓ ଏପ୍ରିଲ ପରେ ଏହି ଯୋଜନା ଚାଲିବାର ସମ୍ବାବନା ନାହିଁ ତେବେ ଏଥିପାଇଁ ୩୭୧ କୋଟି ବ୍ୟୟବରାଦ ହୋଇଛି ବୋଲି ରାଜ୍ୟ ଶିକ୍ଷା ବିଭାଗ କହିଛି । ଏହି ଯୋଜନା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ୬୦-୪୦ ଅନୁପାତରେ ଖର୍ଚ୍ଚ କରିବେ । ୧୬ ସପ୍ତାହ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଚାଲିବ ବୋଲି ଜାନୁଆରୀ ୩ ରେ ପଶ୍ଚିମବଙ୍ଗ ସରକାର ବିଜ୍ଞପ୍ତି ଜାରି କରିଛନ୍ତି ।

ଏଥିରେ ୧.୬ କୋଟି ବିଦ୍ୟାର୍ଥୀ ଲାଭବାନ ହେବେ ବୋଲି କୁହାଯାଇଛି ।ତେବେ ରାଜ୍ୟ ସରକାରଙ୍କର ଏପରି ନିଷ୍ପତ୍ତିକୁ ନେଇ ବିଜେପି ଟାର୍ଗେଟ୍ କରିଛି । ଆଗତୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅଛି ଓ ୨୦୨୪ ଲୋକସଭା ନିର୍ବାଚନ ଆସୁଥିବାରୁ ସରକାର ଲୋକଙ୍କୁ ଲୋଭ ଦେବାକୁ ଏଭଳି ଯୋଜନା କରିଛନ୍ତି ବୋଲି ବିଜେପି ଟାର୍ଗେଟ୍ କରିଛି । ଅନ୍ୟପଟେ ବିରୋଧୀ ସବୁକଥାକୁ ନେଇ କେବଳ ରାଜନୀତି କରୁଛନ୍ତି ବୋଲି ଶାସକ ଟିଏମ୍‌ସି କହିଛି ।

Comments are closed, but trackbacks and pingbacks are open.