ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ

144

ନୂଆଦିଲ୍ଲୀ : ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ବିଷ୍ଣୁଦେଓ ସାଏ  । ବିଧାୟକ ଦଳ ବୈଠକରେ ବିଷ୍ଣୁଦେଓଙ୍କ ନାଁରେ ମୋହର ବାଜିଛି । କୁଙ୍କୁରୀ ସଂରକ୍ଷିତ ଆସନରୁ ସେ ବିଜୟୀ ହୋଇଛନ୍ତି । ୨୦୨୦ ରୁ ୨୦୨୨ ମସିହା ପର୍ଯ୍ୟନ୍ତ ସେ ରାଜ୍ୟ ବିଜେପି ସଭାପତି ଦାୟିତ୍ବ ତୁଲାଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ମନ୍ତ୍ରୀମଣ୍ଡଳରେ ସେ ଇସ୍ପାତ୍ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୪ଥର ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେ ଜଣେ ଆଦିବାସୀ ନେତା। ଦଳରେ ସେ ଜଣେ ପରିଚିତ ନାଁ  ।

Comments are closed, but trackbacks and pingbacks are open.