ସକାଳୁ ଖାଲି ପେଟରେ ଚୋବାଇ ଖାଆନ୍ତୁ ଭୃସଙ୍ଗ ପତ୍ର : ପାଖ ମାଡ଼ିବ ନାହିଁ ଏହି ୫ଟି ରୋଗ

18

ଆମ ଭାରତୀୟ ମାନଙ୍କ ରୋଷେଇରେ ଭୃସଙ୍ଗ ପତ୍ର ବହୁଳ ଭାବରେ ବ୍ୟବହୃତ ହୁଏ I ବିଶେଷକରି ଦକ୍ଷିଣ ଭାରତୀୟ ଖାଦ୍ୟରେ ଭୃସଙ୍ଗ ପତ୍ର ର ଛୁଙ୍କ ଦିଆଯାଇଥାଏ I ଏହାଦ୍ୱାରା ଖାଦ୍ୟର ସ୍ୱାଦ ସହିତ ବାସ୍ନା ବଢ଼ିଯାଇଥାଏ I ଅନେକ ଲୋକ ଏହି ପତ୍ରକୁ ବଜାରରୁ କିଣୁଥିବାବେଳେ କେତେକ ଏହାକୁ ଘରେ ଲଗାଇଥାନ୍ତି I ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ :

ଭୃସଙ୍ଗ ପତ୍ର ହେଉଛି ସ୍ୱାସ୍ଥ୍ୟର ଭଣ୍ଡାର :
ବର୍ତ୍ତମାନ ଖାଦ୍ୟରେ ବିଭିନ୍ନ ପ୍ରକାର ଅପ ମିଶ୍ରଣ କରାଯାଉଛି I ଏହି ଖାଦ୍ୟ ଆମ ଶରୀରକୁ ମଧ୍ୟ ପ୍ରଭାବିତ କରୁଛି I ତେବେ ଏପରି ପରିସ୍ଥିତିରେ ସବୁଠୁ ସହଜ ଓ ଶସ୍ତାରେ ମିଳୁଥିବା ଭୃସଙ୍ଗ ପତ୍ର ଆପଣଙ୍କ ଶରୀର ସୁସ୍ଥ ରଖିବାରେ ବେଶ୍ ସହାୟକ ହୋଇପାରେ । ଯାହାକୁ ପ୍ରତ୍ୟେକ ଦିନ ସେବନ କରିବା ଦ୍ୱାରା ଆପଣମାନେ ଏହି ୫ ଟି ରୋଗରୁ ନିଜକୁ ରକ୍ଷା କରିପାରିବେ ।ଭୃସଙ୍ଗ ପାତ୍ରରେ ଫସଫରସ୍, କ୍ୟାଲସିୟମ୍, ଆଇରନ୍, ତମ୍ବା, ଭିଟାମିନ୍ ଏବଂ ମ୍ୟାଗ୍ନେସିୟମ୍ ପରି ପୁଷ୍ଟିକର ଖାଦ୍ୟ ମିଳିଥାଏ, ଯାହା ଶରୀରକୁ ଅନେକ ଉପକାର ଦେଇଥାଏ I ପ୍ରତିଦିନ ସକାଳେ ୩ରୁ ୪ଟି ସବୁଜ ଭୃସଙ୍ଗ ପତ୍ର ଚୋବାଇ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପକ୍ଷେ ଲାଭ ଦାୟକ ହୋଇଥାଏ I

ଆଖି ପାଇଁ ଲାଭ ଦାୟକ :
ଭୃସଙ୍ଗ ପତ୍ର ଖାଇବା ଦ୍ୱାରା ଅନ୍ଧାରକଣା ମେତ ଆଖି ସହ ଜଡିତ ଅନ୍ୟାନ୍ୟ ରୋଗ ହେବାର ଆଶଙ୍କା ଦୂର ହୋଇଥାଏ । କାରଣ ଏଥିରେ ଆବଶ୍ୟକୀୟ ପୁଷ୍ଟିକର ଭିଟାମିନ-ଏ ରହିଥାଏ । ଯାହା ଦୃଷ୍ଟି ଶକ୍ତି ବୃଦ୍ଧିରେ ଖୁବ ସହାୟକ ହୋଇଥାଏ ।

ମଧୁମେହ ପାଇଁ ସାହାଯ୍ୟକାରୀ:

ମଧୁମେହ ରୋଗୀଙ୍କୁ ପ୍ରାୟତଃ ଭୃସଙ୍ଗ ପତ୍ର ଚୋବାଇବାକୁ ପରାମର୍ଶ ଦିଆଯାଇଥାଏ । କାରଣ ଏଥିରେ ହାଇପୋଗ୍ଲାଇସେମିକ୍ ଗୁଣ ରହିଥାଏ । ଯାହା ମଧୁମେହ ରୋଗୀଙ୍କ ରକ୍ତରେ ଥିବା ଶର୍କରାକୁ ନିୟନ୍ତ୍ରଣ କରିଥାଏ ।

ହଜମ ଭଲ ହୋଇଥାଏ:

ଭୃସଙ୍ଗ ପତ୍ରକୁ ପ୍ରତିଦିନ ସକାଳେ ଖାଲି ପେଟରେ ଚୋବାଇବା ଉଚିତ୍ । କାରଣ ଏହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ସହ କୋଷ୍ଠକାଠିନ୍ୟ, ଅମ୍ଳତା, ପେଟ ଫୁଲିବା ଆଦି ସମସ୍ୟାରୁ ମୁକ୍ତି ଦେଇଥାଏ ।

ସଂକ୍ରମଣ ରୋକିଥାଏ:

ଭୃସଙ୍ଗ ପତ୍ରରେ ଆଣ୍ଟିଫଙ୍ଗାଲ୍ ଏବଂ ଆଣ୍ଟି ବାୟୋଟିକ୍ ଗୁଣଗୁଡିକ ରହିଥାଏ । ଯାହାକି ଅନେକ ପ୍ରକାରର ସଂକ୍ରମଣକୁ ରୋକିଥାଏ ଏବଂ ରୋଗ ହେବାର ଆଶଙ୍କାକୁ ମଧ୍ୟ ଦୂର କରାଇଥାଏ ।

ଓଜନ ହ୍ରାସରେ ସାହାଯ୍ୟ କରେ:

ଭୃସଙ୍ଗ ପତ୍ରକୁ ଚୋବାଇବା ଦ୍ୱାରା ଏହା ଓଜନ ଓ ପେଟର ଚର୍ବିକୁ କମ୍ କରିବାରେ ସାହାଯ୍ୟ କରେ । ଏହି ପତ୍ରରେ ଏଥିଲ୍, ଏସିଟେଟ୍, ମହାନିମ୍ବାଇନ୍ ଏବଂ ଡିକ୍ଲୋରୋମେଟେନ୍ ଭଳି ପୋଷକ ତତ୍ତ୍ୱ ରହିଥାଏ । ଯାହା ପେଟର ବଢୁଥିବା ଚର୍ବି ଏବଂ ଓଜନ ହ୍ରାସରେ ସାହାଯ୍ୟ କରେ । ତେଣୁ ପ୍ରତ୍ୟେକ ଦିନ ସକାଳୁ ୩ ରୁ ୪ ଟି ଭୃସଙ୍ଗ ପତ୍ରକୁ ଖାଲି ପେଟରେ ଖାଇବା ଦ୍ୱାରା ଏହା ଆମ ଶରୀରକୁ ସୁସ୍ଥ ରଖିଥାଏ । ଏଥି ସହିତ ଏହାକୁ ତରକାରୀରେ ବ୍ୟବହାର କଲେ ଏହା ତରକାରୀକୁ ଭିନ୍ନ ଏକ ସ୍ୱାଦ ଦେଇଥାଏ ।

Comments are closed, but trackbacks and pingbacks are open.