ଚେସ ଅଲିମ୍ପିଆଡ: ଉଦ୍ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ‘ଖେଳରେ କେହି ହାରନ୍ତି ନାହିଁ ‘

26

ନୂଆଦିଲ୍ଲୀ ୨୮-୦୮ (ପି.ଏନ.ଏ): ଭାରତରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି ଚେସ ଅଲମ୍ପିଆଡ I ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ୪୪ ତମ ଚେସ ଅଲିମ୍ପିଆଡର ଉଦଘାଟନ କରିଛନ୍ତି। ଏହି ଉଦ୍ଘାଟନୀ ଭାଷଣରେ ପ୍ରଧାନ ମନ୍ତ୍ରୀ କହିଥିଲେ କି ମୁଁ ୪୪ ତମ ଚେସ ଅଲିମ୍ପିଆଡରେ ଆପଣଙ୍କୁ ସମସ୍ତଙ୍କୁ ସ୍ୱାଗତ କରୁଛି। ଏହା ଆମ ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ I ଏହା ସହିତ ସେ ଚେସ ଆୟୋଜକ ମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି ,ଏତେ କମ ସମୟ ମଧ୍ୟରେ ଅଟେ ସୁନ୍ଦର ବ୍ୟବସ୍ଥା କରିଥିବାରୁ I
ପ୍ରଧାନ ମନ୍ତ୍ରୀ କହିଛନ୍ତି,କି କ୍ରୀଡା ମାଧ୍ୟମରେ ‘ଲୋକ ଏବଂ ସମାଜକୁ ଏକଜୁଟ କରି ହୁଏ I କରୋନା ମହାମାରୀ ପରେ ପରେ କ୍ରୀଡା ହିଁ ଜଗତକୁ ଯୋଡିବା ପାଇଁ କାର୍ଯ୍ୟ କରିଛି।’ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘କ୍ରୀଡ଼ାରେ କେହି ହାରନ୍ତି ନାହିଁ I ସେଠାରେ ବିଜେତା ଏବଂ ଭବିଷ୍ୟତର ବିଜେତା ଅଛନ୍ତି ଏବଂ ମୁଁ ଏଠାରେ ଥିବା ଚେସ୍ ଅଲିମ୍ପିଆଡ୍ ଏବଂ ବର୍ମିଂହାମ୍ ରେ ଚାଲୁଥିବା କମନୱେଲଥ୍ ଗେମ୍ସରେ ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଉଛି I


ଅନ୍ୟପଟେ ୪୪ ତମ ଚେସ୍ ଅଲମ୍ପିଆଡ ଚେନ୍ନାଇରେ ଅନୁଷ୍ଠିତ ହେଉଛି କିନ୍ତୁ ଏଥିରୁ ପାକିସ୍ତାନ ଓହରି ଯାଇଛି। କାଶ୍ମୀରରୁ ମସାଲ ଶୋଭାଯାତ୍ରାକୁ ବିରୋଧ କରି ପାକିସ୍ତାନ ଅଲମ୍ପିଆଡରୁ ଓହରି ଯାଇଥିବା ବେଳେ ଭାରତ କଡା ପ୍ରତିକ୍ରିୟା ପ୍ରକାଶ କରିଛି। ଏ ପ୍ରସଙ୍ଗରେ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ ଘଟଣାକୁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି। ଟିମ୍‌କୁ ଭାରତ ପଠାଇବା ପରେ ଅଚାନକ ପାକିସ୍ତାନ ୪୪ ତମ ଚେସ୍ ଅଲମ୍ପିଆଡରେ ଭାଗ ନେବ ନାହିଁ ବୋଲି ଘୋଷଣା କରିଛି। ତେବେ ପାକିସ୍ତାନ ଏହି ଅନ୍ତର୍ଜାତୀୟ ଆୟୋଜନକୁ ରାଜନୀତିକରଣ କରିଥିବା ବାଗଚୀ କହିଛନ୍ତି। ଚେସ୍ ଅଲମ୍ପିଆଡ ଲାଗି ଜୁଲାଇ ୨୧ ତାରିଖ ଦିନ ମଶାଲ ଶୋଭାଯାତ୍ରା କାଶ୍ମୀରରେ ଅନୁଷ୍ଠିତ ହୋଇଥିଲା। ତେବେ ଏହାକୁ ନେଇ ପାକିସ୍ତାନ ଆପତ୍ତି କରିଛି।


ସୂଚନାନୁସାରେ ପ୍ରଥମ ଥର ପାଇଁ ଭାରତ ଚେସ ଅଲମ୍ପିଆଡ ଆୟୋଜନ କରୁଛି I ଏଥର ଖେଳାଳିମାନେ ଏକ ରେକର୍ଡ ସ୍ତରରେ ଅଂଶଗ୍ରହଣ କରୁଛନ୍ତି I ଖୋଲା ବର୍ଗରେ ୧୮୮ ଖେଳାଳି ଏବଂ ମହିଳା ବର୍ଗରେ ୧୬୨ ଖେଳାଳି ଅଂଶଗ୍ରହଣ କରିଛନ୍ତି I ଏହାର ମଶାଲ ରିଲେ ଗତ ୪୦ ଦିନ ମଧ୍ୟରେ ୭୫ ଟି ସହର ଦେଇ ମମଲାପୁରାମରେ ପହଞ୍ଚିଛି | ଏହି ଟୁର୍ନାମେଣ୍ଟରେ ଭାରତର ତିନିଟି ଦଳ ଖୋଲା ଏବଂ ମହିଳା ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତେବେ କିମ୍ବଦନ୍ତୀ ଚେସ ଖେଳାଳି ବିଶ୍ୱନାଥ ଆନନ୍ଦ ଏଥିରେ ଭାଗ ନେଉ ନାହାନ୍ତି I ସେ ଖେଳାଇ ମାନଙ୍କର ପରାମର୍ଶଦାତା ଭାବରେ କାର୍ଯ୍ୟ କରିବେ I

Comments are closed, but trackbacks and pingbacks are open.