ଉଦଘାଟନୀ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ର ବ୍ୟାଟିଂ ବିପର୍ଯ୍ୟୟ: ମାତ୍ର ୧୩୧ ରନରେ ପାଳି ସମାପ୍ତ

25

ଆଜି ସନ୍ଧ୍ୟାରୁ ଆରମ୍ଭ ହୋଇଛି ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ ଇ ମୁମ୍ବାଇ ୱIଖେଡେ ଷ୍ଟାଡିୟମ ରେ ଉଦ୍ଘାଟନୀ ମ୍ୟାଚରେ ପରସ୍ପରକୁ ଭେଟିଛନ୍ତି ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ । ଟସ୍ ଜିତି ନାଇଟ ରାଇଡର୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ବ୍ୟାଟିଂ ବିପର୍ଯ୍ୟୟ ସହିତ ମାତ୍ର ୧୩୧ରନ ସଂଗ୍ରହ କରିଥିଲା । ଉଭୟ ଦଳ ପକ୍ଷରୁ ରବୀନ୍ଦ୍ର ଜାଡେଜା ଏବଂ ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱ ରେ ନିଜ ନିଜ ଟିମ ପଡିଆକୁ ଓହ୍ଲାଇଥିଲେ I
ଟସ୍‌ ହାରି ମୁମ୍ବାଇର ୱାଙ୍ଖଡେରେ ବ୍ୟାଟିଂ କରୁଥିବା ଚେନ୍ନାଇ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଖାତା ଖୋଲିବା ପୂର୍ବରୁ ଓପନର ଋତୁରାଜ ଗାଏକ୍ୱାଡ ପ୍ରଥମ ଓଭର୍‌ରେ ହିଁ ପ୍ୟାଭିଲିୟନ ଫେରିଥିଲେ। ଚେନ୍ନାଇର ନୂଆ ଓପନର ଡେଭୋନ କନୱେ(୩) ମଧ୍ୟ ବେଶୀ କିଛି କରି ପାରି ନଥିଲେ। ଉଭୟଙ୍କ ୱିକେଟ ଉମେଶ ଯାଦବ ନେଇଛନ୍ତି।

ରବୀନ ଉଥାପ୍ପା ଭଲ ଲୟରେ ଥିଲେ ମଧ୍ୟ କେବଳ ୨୮ ରନ୍‌ କରିବାକୁ ସକ୍ଷମ ହୋଇଛନ୍ତି। ୨୧ ବଲରେ ସେ ୨ଟି ଛକା ଓ ୨ଟି ଚୌକା ବଳରେ ୨୮ ରନ୍‌ କରି ବରୁଣ ଚକ୍ରବର୍ତ୍ତୀଙ୍କ ବଲରେ ଆଉଟ ହୋଇଥିଲେ। ଅମ୍ବାତି ରାୟୁଡୁ ୧୭ ରନ୍ କରିଥିବା ବେଳେ ଜାଡେଜାଙ୍କ ସହ ତାଳମେଳ ଅଭାବରୁ ରନ ଆଉଟ ହୋଇ ଯାଇଥିଲେ।

ନିଜର ଶେଷ ସିଜିନ୍ ଖେଳୁଥିବା ଧୋନୀ ଚମତ୍କାର ବ୍ୟାଟିଂ କରିବା ସହିତ ମାତ୍ର ୩୮ ବଲରୁ ୫୦ ରନ କରିଥିଲେ । ଏହି ଇନିଂସରେ ୭ ଚୌକା ଓ ୧ ଛକା ସାମିଲ ଥିଲା । ଅଧିନାୟକ ରବୀନ୍ଦ୍ର ଜାଡେଜା ୨୮ ବଲ ଖେଳି ଗୋଟିଏ ଛକା ସହିତ ୨୬ ରନ କରିଥିଲେ । ଉଭୟଙ୍କ ଇନିଂସ ବଳରେ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ୫ୱିକେଟ ବିନିମୟରେ ୧୩୧ ରନ କରିଥିଲା । ଉମେଶ ଯାଦବ ୨୦ ରନରେ ୨ଟି ୱିକେଟ ନେଇଥିବା ବେଳେ ବେଳେ ବରୁଣ ଚକ୍ରବର୍ତ୍ତୀ ଏବଂ ରସେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Comments are closed, but trackbacks and pingbacks are open.